ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କଲେ ୨୩ ଓଡ଼ିଆ - 23 odia Bugala climbing at the mercy of the Himalayas
🎬 Watch Now: Feature Video

ଭବାନୀପାଟଣା: ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ। ୨୪ ଜାନୁଆରୀ ଅପରାହ୍ନ ୧୨.୫୧ ରେ ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ -୫℃ ରୁ -୧୦℃ ତାପମାତ୍ରାରେ ପ୍ରତିଭା ଅନ୍ବେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ବାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ପହଞ୍ଚି ଜାତୀୟ ପତାକା ଉଡାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଚଳଚ୍ଚିତ୍ର ଅଭିନେତା ବାବୁଶାନ ମହାନ୍ତି ଭୁବନେଶ୍ବର ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ବିଜୟ ଯାତ୍ରା ପାଇଁ ଶୁଭକାମନା ଜଣାଇଥିଲେ ।