ଅଭିଶପ୍ତ ଜୀବନ; ଜଣେ ଶ୍ମଶାନରେ, ଆଉ ଜଣେ ଗଛମୂଳେ କାଟୁଛନ୍ତି ଜୀବନ - house problem
🎬 Watch Now: Feature Video

ବାରିପଦା: ଶ୍ମଶାନ କହିଲେ ଲୋକଙ୍କ ମନରେ ଛନକା ଓ ଭୟ ଜାତ ହୁଏ । କେହି ବି ସାଧାରଣତଃ ଶଶ୍ମାନକୁ ଯାଆନ୍ତି ନାହିଁ । କିନ୍ତୁ ଏପରି ଜଣେ ମଣିଷ ଅଛନ୍ତି ଯିଏ ବର୍ଷ ବର୍ଷ ଧରି ଶ୍ମଶାନରେ ଜୀବନ ବିତାଉଛନ୍ତି । ତେବେ ଏପରି ଶଶ୍ମାନରେ ମୁଣ୍ଡ ଗୁଞ୍ଜାବା ପାଇଁ ତାଙ୍କୁ ବାଧ୍ୟ କରିଛି ପରିସ୍ଥିତି । କେବଳ ସେ ନୁହଁନ୍ତି ତାଙ୍କ ସାନ ଭାଇ ବି ଏକ ଆମ୍ବ ଗଛ ତଳେ ଜୀବନ ଅତିବାହିତ କରୁଛନ୍ତି । ଏପରି ଦୟନୀୟ ଅବସ୍ଥାରେ ରହୁଥିବା 2 ଭାଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଶିଆଳିଘାଟି ପଞ୍ଚାୟତର ଭଞ୍ଜଭାଟି ଗ୍ରାମର।