'ବିଜୟ ପରାଜୟ ଖେଳର ଗୋଟିଏ ଅଂଶ, ପଦକ ପାଇଁ ସମସ୍ତ ଚେଷ୍ଟା କରିଥିଲୁ'

By

Published : Aug 11, 2021, 4:34 PM IST

thumbnail
ପ୍ରଥମ ଥର ପାଇଁ ଅଲମ୍ପିକ ଗେମ୍ସରେ ସେମିଫାଇନାଲରେ ପହଞ୍ଚିଥିଲା ଭାରତୀୟ ମହିଳା ଦଳ । ଏହି ପ୍ରଦର୍ଶନ ନେଇ ଭାରତୀୟ ହକି ଦଳ ଆଶ୍ବସ୍ତ ଅଛି । ବିଜୟ ପରାଜୟ ଖେଳର ଗୋଟିଏ ଅଂଶ । ଆମେ କେବେ କୌଣସି ମ୍ୟାଚରେ ଆତ୍ମସମର୍ପଣ କରିନୁ । ପ୍ରତି ମ୍ୟାଚରେ ଆମେ ଲଢ଼େଇ କରିଥିଲୁ । କାଂସ୍ୟ ପଦକ ପାଇଁ ମ୍ୟାଚରେ ଆମେ ଅଳ୍ପକେ ପରାଜିତ ହୋଇଥିଲୁ । ତାହା ଅତ୍ୟନ୍ତ ଭାବବିହ୍ବଳ ସମୟ ଥିଲା ଆମ ପାଇଁ । ଟୋକିଓରୁ ଓଡ଼ିଶା ଫେରିବା ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ମହିଳା ହକି ଦଳର ଅଧିନାୟିକା ଦୀପଗ୍ରେସ ଏକ୍କା । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.