Olympics: ମାଲେଶ୍ବରୀଙ୍କ ପରେ ମୀରାବାଇ, ଭାରତକୁ ଭାରୋତ୍ତୋଳନରେ ରୌପ୍ୟ - वेटलिफ्टिंग न्यूज
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12557667-thumbnail-3x2-mirabai.jpg)
ଟୋକିଓ: 5ବର୍ଷ ତଳେ ରିଓ ଅଲମ୍ପିକରେ ପ୍ରାରମ୍ଭିକ ପର୍ଯ୍ୟାୟରୁ ପରାଜୟ ସହ ବିଦାୟ ନେଇଥିଲେ ମୀରାବାଇ । ମାତ୍ର ଶନିବାର ଟୋକିଓ ଅଲମ୍ପିକ୍ର ମହିଳା -49 କିଲୋଗ୍ରାମ ଭାରୋତ୍ତୋଳନ ଇଭେଣ୍ଟରେ ରୋପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲମ୍ପିକରେ ଏହା ଭାରତର ପ୍ରଥମ ପଦକ ହୋଇଛି । ମାନ୍ୟତାର ଦ୍ବିତୀୟରେ ଥିବା ଭାରତୀୟ ଭାରୋତ୍ତୋଳନ ଷ୍ଟାର ନିର୍ଣ୍ଣାୟକ ମ୍ୟାଚରେ 110 କିଲୋଗ୍ରାମ ଭାରକୁ ପ୍ରଥମ କ୍ଲିନ ଓ ଜର୍କରେ ସଫଳତାର ସହ ଉଠାଇ ଦ୍ବିତୀୟ ସ୍ଥାନରେ ରହିବା ସହ ସ୍ବର୍ଣ୍ଣ ପଦକ ହାତେଇଥିଲେ । ମଣୀପୁରୀ ଷ୍ଟାର ଶେଷ ପ୍ରୟାସରେ 115 କିଲୋଗ୍ରାମ ଭାର ଉଠାଇଥିଲେ ମଧ୍ୟ ଅଲମ୍ପିକ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ ।