Tokyo Olympics day 10: ବିଜୟୀ ସିନ୍ଧୁଙ୍କ ପାଇଁ ଖୁସି ଜାହିର କଲେ ବାପା
🎬 Watch Now: Feature Video
ଟୋକିଓ ଅଲମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ସୃଷ୍ଟି କିରଛନ୍ତି । ଲଗାତାର ଦୁଇଟି ଅଲମ୍ପିକରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛି ପିଭି ସିନ୍ଧୁଙ୍କ ବାପା ପିଭି ରାମଣା । ସିନ୍ଧୁଙ୍କ ବିଜୟ ପାଇଁ ସେ ଭାରତ ସରକାର, ପ୍ରଶଂସକ ଓ ଭାରତୀୟ ବ୍ୟାଡମିଣ୍ଟନ ସଂଘକୁ ଧନ୍ୟବାଦ ଦେଇଛନ୍ତି । ଟୋକିଓ ଅଲମ୍ପିକ୍ସରେ ସିନ୍ଧୁଙ୍କ ପାଇଁ ପ୍ରାର୍ଥନା ଓ ଶୁଭେଚ୍ଛା ଯୋଗୁଁ ଏସବୁ କିଛି ସମ୍ଭବ ହୋଇ ପାରିଛି ବୋଲି ସେ କହିଛନ୍ତି । ଏହାସହ ସିନ୍ଧୁଙ୍କ ନିଷ୍ଠାପରତା ଓ ପରିଶ୍ରମ ଯୋଗୁଁ ସେ ଭାରତକୁ ବିଶ୍ବସ୍ତରରେ ପ୍ରଶଂସିତ କରାଇ ପାରିଛନ୍ତି । ଭାରତ ପାଇଁ ଝିଅ ପଦକ ହାସଲ କରିଥିବାରୁ ଖୁସି ଜାହିର କରିଛନ୍ତି । ଏଭଳି ପ୍ରତିଯୋଗିତାରେ ତୃତୀୟ ଓ ଚତୁର୍ଥ ମ୍ୟାଚ ଖେଳିବା କଷ୍ଟକର ହୋଇଥାଏ । କିନ୍ତୁ ସବୁ ପରୀକ୍ଷାରେ ପାସ ହୋଇ ସିନ୍ଧୁ ଭାରତ ପାଇଁ ଗୌରବ ଆଣିଛନ୍ତି ବୋଲି କହିଛନ୍ତି ପିଭି ରମଣା ।