ହାଇଦ୍ରାବାଦ: ଦକ୍ଷିଣ କୋରିଆର ପ୍ରମୁଖ ମୋବାଇଲ ନିର୍ମାତା କମ୍ପାନୀ ସାମସଙ୍ଗ ପ୍ରତି ବର୍ଷ ଜାନୁଆରୀ ମାସରେ ନିଜର ସବୁଠୁ ପ୍ରିମିୟମ ସ୍ମାର୍ଟଫୋନ ଲାଇନଅପ୍ ବା ସାମସଙ୍ଗା ଗାଲାକ୍ସି S ଲାଇନଅପ୍ର ନୂଆ ସିରିଜକୁ ଲଞ୍ଚ କରିଥାଏ । ଯାହାର ଅପେକ୍ଷା କରିଥାନ୍ତି ସାରା ଦୁନିଆର ସାମସଙ୍ଗ ଲଭର୍ସ । ଚଳିତ ବର୍ଷ ସାମସଙ୍ଗ Galaxy S25 Seriesକୁ ଲଞ୍ଚ କରିବାକୁ ଯାଉଛି । ଯେଉଁଥିପାଇଁ କମ୍ପାନୀ ଲଞ୍ଚ ଇଭେଣ୍ଟର ଘୋଷଣା କରିଛି । ଆସନ୍ତୁ ସାମସଙ୍ଗର ଏହି ପ୍ରିମିୟମ ଫୋନର ଲଞ୍ଚ ସମ୍ପର୍କରେ ବିସ୍ତୃତ ଭାବରେ ଜାଣନ୍ତୁ ।
ବଡ଼ ଇଭେଣ୍ଟର ଆୟୋଜନ କରିଛି Samsung
ସାମସଙ୍ଗ ନିଜର ଏହି ଅପକମିଂ ଫୋନ ସିରିଜକୁ ଲଞ୍ଚ କରିବା ଲାଗି ଏକ ବଡ଼ ଇଭେଣ୍ଟର ଆୟୋଜନ କରିବାକୁ ଯାଉଛି, ଯାହାର ନାମ ରଖାୟାଇଛି Samsung Galaxy Unpacked 2025 । ଏହି ଇଭେଣ୍ଟ ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ସେନ୍ ଜୋସ୍ରେ ଆୟୋଜିତ ହେବ । ସାମସଙ୍ଗ ନିଜର ଆନୁଷ୍ଠାନିକ ନ୍ୟୁଜରୁମ ପୋଷ୍ଟ ଜରିଆରେ ସାମସଙ୍ଗ ଗାଲାକ୍ସି ଅନପ୍ୟାକଡ୍ 2025 ଇଭେଣ୍ଟର ସବିଶେଷ ତଥ୍ୟ ସେୟାର କରିଛି ।
ଏହି ଇଭେଣ୍ଟ ଜାନୁଆରୀ 22 ତାରିଖରେ ଭାରତୀୟ ସମୟ 10:30ରେ ଆୟୋଜିତ ହେବାକୁ ଯାଉଛି । ଏହି ଇଭେଣ୍ଟରେ ଲାଇଭ ଷ୍ଟ୍ରିମିଂ samsung.com ସାମସଙ୍ଗ ନ୍ୟୁଜରୁମ ଓ ସାମସଙ୍ଗର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ କରାଯିବ । କମ୍ପାନୀର କହିବାନୁସାରେ, ଗ୍ରାହକ 1999 ଟଙ୍କା ଦେଇ ଗାଲାକ୍ସି ପ୍ରି-ରିଜର୍ଭ VIP ପାସ୍ ପାଇପାରିବେ ଓ ଅପକମିଂ ଗାଲାକ୍ସି ଫୋନ କିଣିବା ସମୟରେ 5000ଟଙ୍କା ଇ-ଷ୍ଟୋର ଭାଉଚର ରୂପରେ ଅନେକ ସୁବିଧା ପାଇପାରିବେ । ଏହାବ୍ୟତୀତ ଏହି ପାସ୍ କିଣିଲେ 50ହଜାର ଟଙ୍କାର ଗିଭଆୱେରେ ଉକ୍ତ ଗ୍ରାହକଙ୍କୁ ଏଣ୍ଟ୍ରି ମଧ୍ୟ ମିଳିବ ।
A true AI companion is coming. Join us at Samsung Galaxy Unpacked on January 22, 2025 at 11:30 PM. Get benefits up to ₹ 5000*.
— Samsung India (@SamsungIndia) January 6, 2025
Pre-reserve now: https://t.co/hJy41emhnH. *T&C apply. #GalaxyAI #GalaxyUnpacked #Samsung pic.twitter.com/xqp0I3RGeb
ସିରିଜରେ କେଉଁ ଫୋନକୁ ଲଞ୍ଚ କରିବ କମ୍ପାନୀ ?
ସାମସଙ୍ଗ ପୂର୍ବରୁ ସ୍ପଷ୍ଟ କରିଛି ଯେ ଏହି ଇଭେଣ୍ଟରେ ଗାଲାକ୍ସି S ସିରିଜ ଲଞ୍ଚ କରିବ । ଯଦି ଆମେ ପୁରୁଣା ଟ୍ରେଣ୍ଡ ଦେଖିବା ତେବେ କମ୍ପାନୀ S ସିରିଜରେ ତିନୋଟି ସ୍ମାର୍ଟଫୋନ Samsung Galaxy S25, Samsung Galaxy S25+ ଓ Samsung Galaxy S25 Ultraକୁ ଲଞ୍ଚ କରିପାରେ । ଏହି ସମସ୍ତ ମଡେଲରେ ପ୍ରୋସେସର ଲାଗି କ୍ବାଲକମ୍ର Snapdragon 8 Elite SoC ଚିପସେଟ୍ ଦିଆଯାଇଛି, ଯାହାକି ସର୍ବନିମ୍ନ ଭାବେ 12GB RAM ସପୋର୍ଟ କରିଥାଏ ।
ଏହା ବ୍ୟତୀତ ସାମସଙ୍ଗ ଗାଲାକ୍ସି S25ରେ 4000mAh ବ୍ୟାଟେରୀ ମିଳିପାରେ । ସେହିପରି S25 + ଭାରିଏଣ୍ଟରେ 4900mAh ଓ S25 Ultraରେ 5000mAh ବ୍ୟାଟେରୀ ମିଳିପାରେ । କିଛି ଲିକ୍ ରିପୋର୍ଟ ଅନୁସାରେ ସାମସଙ୍ଗ ଗାଲାକ୍ସି S25 ଅଲଟ୍ରା ରାଉଣ୍ଟେଡ୍ କର୍ଣ୍ଣର ସହିତ ଆସିପାରେ ।
Galaxy S25 ସିରିଜରେ ମିଳିପାରେ ସ୍ଲିମ ମଡେଲ
କମ୍ପାନୀ ଚଳିତ ବର୍ଷ ଗାଲାକ୍ସି ଅନପ୍ୟାକଡ୍ ଇଭେଣ୍ଟରେ Galaxy S25 ସିରିଜର ପାରମ୍ପରିକ ଲାଇନଅପ୍ରେ ଏକ ନୂଆ ମଡେଲ ସାମିଲ କରିପାରେ । ଯାହାର ନାମ Samsung Galaxy S25 Slim ହୋଇପାରେ । ସାମସଙ୍ଗ ନିଜ Samsung Galaxy Unpacked 2025 ଇଭେଣ୍ଟରେ Galaxy S25 ସିରିଜ ସହ ଏକ୍ସଟେଣ୍ଡେଡ୍ ରିଅଲିଟି (XR) ହେଡ୍ସେଟ୍ର ବି ରିଭିଲ୍ ହୋଇପାରେ । ଏହା ଗୁଗଲ୍ର ନୂଆ Android XR ପ୍ଲାଟଫର୍ମରେ ଚାଲିବ, ଯାହାକି AR, VR ଓ AI ଫିଚର ସହ ଆସିପାରେ ।