ETV Bharat / bharat

ମହାରାଷ୍ଟ୍ର ଅନର କିଲିଂ: ଭଉଣୀକୁ ମାରିଲା ଭାଇ, ୨୦୦ ଫୁଟ ଉଚ୍ଚ ପାହଡ଼ରୁ ଠେଲିଦେଲା - HONOUR KILLING

ନାବାଳିକାଙ୍କ ପ୍ରେମ ସମ୍ପର୍କକୁ ଗ୍ରହଣ କରି ପାରିଲାନି ପରିବାର । ପାହାଡ଼ ଉପରୁ ଠେଲି ଭଉଣୀକୁ ହତ୍ୟା କଲା ଭାଇ ।

Maharashtra Honour Killing
Maharashtra Honour Killing (ETV Bharat)
author img

By ETV Bharat Odisha Team

Published : Jan 7, 2025, 2:25 PM IST

ମୁମ୍ବାଇ: ପରିବାରକୁ ପସନ୍ଦ ନଥିଲା ନାବାଳିକା ଝିଅର ପ୍ରେମ ସମ୍ପର୍କ । ନିଜ ପରିଚିତ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ନାବାଳିକା । ହେଲେ ଏହାକୁ ଘୋର ବିରୋଧ କରିଥିଲେ ପରିବାର ଲୋକ । ପରିବାର ବିରୋଧ ସତ୍ତ୍ବେ ନିଜ ଜିଦରେ ଅଟଳ ରିହିଥିଲେ ନାବାଳିକା । ଭାଇର ରାଗ ମୁଣ୍ଡକୁ ଚଢ଼ିଗଲା, ନାବାଳିକା ଭଉଣୀ ଜୀବନ ଶେଷ କରିଦେଲା ନିଜ ଭାଇ । ପାହାଡ଼ ଉପରକୁ ଡାକି ନେଇ ୨୦୦ ଫୁଟ ଉଚ୍ଚରୁ ଧକ୍କା ଦେଇ ତଳକୁ ଠେଲିଦେଲା ଭାଇ । ମହାରାଷ୍ଟ୍ରରେ ଏଭଳି ଏକ ଅନର କିଲିଂ ମାମଲା ସମ୍ନାକୁ ଆସିଛି ।

ପ୍ରେମ ସମ୍ପର୍କକୁ ବିରୋଧ:

ସୂଚନା ଅନୁସାରେ, ମହାରାଷ୍ଟ୍ରର ଜାଲନା ଜିଲ୍ଲା ଅମ୍ବଡ ତାଲୁକା ଶାହଗଡ଼ର ଜଣେ ୧୭ ବର୍ଷିୟା ନାବାଳିକା ନିଜ ପରିଚିତ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ଏହାକୁ ଘୋର ବିରୋଧ କରିଥିଲେ । ନାବାଳିକା ଓ ତାଙ୍କ ପ୍ରେମିକ ଉଭୟେ ଉଭୟଙ୍କ ଠାରୁ ଦୂରେଇ ରହିବା ପାଇଁ ପରିବାର ଲୋକ ଚେତାବନୀ ଦେଇଥିଲେ । କେବଳ ଏତିକି ନୁହେଁ ନାବଳିକାଙ୍କ ପରିବାର ଲୋକ ଯୁବକଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଏହାସହ ପ୍ରେମ ସମ୍ପର୍କରୁ ଦୂରେଇ ରହିବା ପାଇଁ ନାବାଳିକା ଝିଅ ଉପରେ ଚାପ ପକାଇଥିଲେ ।

ଘରୁ ପଳାଇଥିଲେ ନାବାଳିକା:

ସେପଟେ ଯୁବକଙ୍କ ପରିବାର ତାଙ୍କ ପୁଅଠାରୁ ନାବାଳିକା ଜଣଙ୍କ ଦୂରେଇ ରହିବା ପାଇଁ ଚେତାବନୀ ଦେଇଥିଲେ । ଏହା ଭିତରେ ନାବାଳିକା ଜଣଙ୍କ ଘରୁ ପଳାଇଥିଲେ । ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ । ସେପଟେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନାବାଳିକା ଜଣଙ୍କ ଶାହଗଡ଼ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ ୧୫ ଦିନ ପରେ ନାବାଳିକା ଜଣଙ୍କ ନିଜ ଘରକୁ ଫେରି ଆସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଛତିଶଗଡ଼ ସାମ୍ବାଦିକ ହତ୍ୟା ମାମଲା: ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଏହା ମଧ୍ୟ ପଢ଼ନ୍ତୁ...ମାଆ ଓ ୪ ଉଭଣୀଙ୍କୁ ହତ୍ୟା କଲା ପୁଅ, ଭିଡିଓରେ କହିଲା ହତ୍ୟାକାଣ୍ଡର କାରଣ

ଭଉଣୀକୁ ହତ୍ୟା କଲା ଭାଇ:

ନାବାଳିକାଙ୍କୁ ବୁଝାସୁଝା କରିବା ପାଇଁ ତାଙ୍କୁ ଛତ୍ରପତି ସମ୍ଭାଜୀନଗରରେ ଥିବା ତାଙ୍କ ମାମୁଙ୍କ ଘରକୁ ପଠାଇ ଦେଇଥିଲେ ପରିବାର ଲୋକ । ନାବାଳିକା ଜଣଙ୍କ ୮ ଦିନ ନିଜ ମାମୁଙ୍କ ଘରେ ରହିଥିଲେ । ସେପଟେ ମାମୁ ଘର ଲୋକମାନେ ମଧ୍ୟ ନାବାଳିକାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ନାବାଳିକା ଜଣଙ୍କ ନିଜ ଜିଦରେ ଅଟଳ ଥିଲେ । ଗତକାଲି (ସୋମବାର) ନାବାଳିକାଙ୍କ ଭାଇ (ମାମୁ ପୁଅ ଭାଇ) ନାବାଳିକାଙ୍କୁ ବାହାନା କରି ନିକଟସ୍ଥ ଖାବଡ଼ା ପାହଡ ଉପରକୁ ନେଇଥିଲା । ସେଠାରେ ଯୋଜନା କରି ନାବାଳିକାଙ୍କୁ ୨୦୦ ଫୁଟ ଉଚ୍ଚରୁ ତଳକୁ ଧକ୍କା ଦେଇଥିଲା । ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିଲା ।

ନାବାଳିକାଙ୍କୁ ଠାଲିଦେବା ଘଟଣା ସମୟରେ କିଛି ଯୁବକ ପାହାଡ ପାଖରେ କ୍ରିକେଟ ଖେଳୁଥିଲେ । ସେମାନେ ପୋଲିସକୁ ଏ ବିଷୟରେ ଜଣାଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ପୋଲିସ । ଏହି ମାମଲାରେ ନାବାଳିକାଙ୍କୁ ସମ୍ପର୍କୀୟ ଭାଇକୁ ପୋଲିସ ଗିରଫ କରିଛି । ଏହାସହ ଏହି ମାମଲାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ କରୁଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.