ଅଲମ୍ପିକ ଖେଳିବା ସ୍ବପ୍ନ ପୂରଣ ହେବାକୁ ଯାଉଛି; ଅମିତ ରୋହିଦାସ

By

Published : Jun 18, 2021, 7:22 PM IST

thumbnail

କଟକ: ଟୋକିଓ ଅଲମ୍ପିକ ପାଇଁ ଚୟନ ହେଲା ଭାରତୀୟ ପୁରୁଷ ହକି ଦଳ । ଏହି ଦଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ ଖେଳାଳି ତଥା ଭାରତୀୟ ପୁରୁଷ ଦଳର ନିୟମିତ ସଦସ୍ୟ ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା । ଟୋକିଓ ଅଲମ୍ପିକରେ ଚୟନ ହେବା ପରେ ଦୁଇ ପୁରୁଷ ଓଡ଼ିଆ ଖେଳାଳିଙ୍କ ପ୍ରତିକ୍ରିୟା ରଖିଛନ୍ତି । ମୋ ଅଲମ୍ପିକ ଖେଳିବା ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ଅମିତ କହିଛନ୍ତି । ସେପଟେ ସିନିୟର ଖେଳାଳି ବିରେନ୍ଦ୍ର ଲାକ୍ରା ପ୍ରଥମ ଥର ପାଇଁ ଅଲମ୍ପିକ ଦଳରେ ସାମିଲ ହୋଇଥିବା ଅମିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଲମ୍ପିକ ପ୍ରସ୍ତୁତି ପାଇଁ କେବଳ ଗୋଟିଏ ମାସ ରହିଛି । ଏହାରି ମଧ୍ୟରେ ଅଭ୍ୟାସ ଜୋରଦାର କରାଯିବ । ଚଳିତ ଅଲମ୍ପିକରେ ଭାରତ ପଦକ ଜିତିବା ନେଇ ଉଭୟ ଖେଳାଳି ଆଶା ରଖିଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.