ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପରେ ପ୍ରତିକ୍ରିୟା ରଖିଲେ ହକି ଖେଳାଳି - ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

🎬 Watch Now: Feature Video

thumbnail

By

Published : Aug 11, 2021, 4:59 PM IST

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ପରେ ଆଜି ଓଡିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ମହିଳା ଓ ପୁରୁଷ ହକି ଟିମର ଖେଳାଳିଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ 2 କୋଟି 50 ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ ସହ DSP ପଦରେ ନିଯୁକ୍ତିର ସୁଯୋଗ ଦିଆଯାଇଛି । ସେହିପରି ମହିଳା ଟିମର ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ 50 ଲକ୍ଷ ଟଙ୍କା ପୁରସ୍କାର ରାଶି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମ୍ବର୍ଦ୍ଧନା ଓ ଆର୍ଥିକ ପ୍ରୋତ୍ସାହନ ପାଇଁ ହକି ଖେଳାଳି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଖୁବ୍ ଖୁସି ପ୍ରକାଶ କରିଛନ୍ତି । ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.