ହକିରେ ବିଜୟ ପୁରା ଦେଶର ବିଜୟ: ଧ୍ୟାନ ଚାନ୍ଦଙ୍କ ପୁଅ - ଅଶୋକ କୁମାର
🎬 Watch Now: Feature Video

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ ୨୦୨୧ ରେ କାଂସ୍ୟ ପଦକ ଜିତିଛି । OI ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ ଜର୍ମାନୀକୁ ୫-୪ ଗୋଲ୍ରେ ପରାସ୍ତ କରି ପଦକ ଜିତିଛି । ଏହାପରେ ସମଗ୍ର ଦେଶରୁ ଅଭିନନ୍ଦନ ଏବଂ ଶୁଭେଚ୍ଛାର ଶୁଅ ଛୁଟିଛି ଭାରତୀୟ ହକି ଟିମ୍ ପାଖକୁ । ଲୋକମାନେ ଉତ୍ସବ ପାଳନ କରୁଛନ୍ତି କାରଣ 41 ବର୍ଷ ପରେ ଭାରତ ଏହି ସଫଳତା ପାଇଛି । ଏ ସମ୍ପର୍କରେ ଇଟିଭି ଭାରତ ହକିର ଯାଦୁଗର କୁହାଯାଉଥିବା ମେଜର ଧ୍ୟାନ ଚାନ୍ଦଙ୍କ ପୁଅ ଅଶୋକ କୁମାରଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର କରିଥିଲା । ତେବେ ଆସନ୍ତୁ ଜାଣିବା ଭାରତୀୟ ଟିମ୍ର ସଫଳତା ନେଇ କଣ କହୁଛନ୍ତି ଅଶୋକ କୁମାର ।