thumbnail

By

Published : Feb 19, 2022, 8:41 PM IST

Updated : Feb 3, 2023, 8:17 PM IST

ETV Bharat / Videos

Panchayat Poll: ନିର୍ବାଚନ ରଣାଙ୍ଗନରେ ଅବସରପ୍ରାପ୍ତ ସୈନିକ

ନୟାଗଡ଼: ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ଅବସରପ୍ରାପ୍ତ ସୈନିକ । ଦୀର୍ଘ 17 ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି ରବୀନ୍ଦ୍ର କୁମାର ସାହୁ । ଅବସର ପରେ ଲୋକଙ୍କ ସେବା କରିବା ପାଇଁ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ଲଢ଼େଇ କରୁଛନ୍ତି । ନୟାଗଡ଼ ଜିଲ୍ଲାରେ ଭାଟସାହି ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଡୋର ଟୁ ଡୋର ବୁଲି ଭୋଟରଙ୍କୁ ଭୋଟ ମାଗୁଛନ୍ତି ସେ । ସେନାରେ ରହି ଦେଶର ସେବା କରୁଥିଲେ ଏବେ ପଞ୍ଚାୟତବାସୀଙ୍କ ସେବା କରିବା ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ତାଙ୍କ ପ୍ରତି ଗ୍ରାମବାସୀଙ୍କ ସମର୍ଥନ ଦେଖିବାକୁ ମିଳିଛି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.