ତୁଳସୀକ୍ଷେତ୍ରର ଆରାଧ୍ୟଙ୍କୁ ଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ - Pravati Parida At Baladevjew Temple

By ETV Bharat Odisha Team

Published : 2 hours ago

thumbnail
Deputy CM Pravati Parida (ETV Bharat Odisha)

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ପହଞ୍ଚି ପ୍ରଭୁଙ୍କର ଆଶୀର୍ବାଦ ନେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି,"ମୋର ସୌଭାଗ୍ୟ କି ଆଜି ମୁଁ ଆସି ପହଞ୍ଚି ପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କଲି । ମା' କନକ ଦୁର୍ଗାଙ୍କ ଆଶୀର୍ବାଦ ନେଲି । ସରକାରଙ୍କୁ ଲୋକଙ୍କ ସେବା କରିବା ପାଇଁ ଆଶୀର୍ବାଦ ଦିଅନ୍ତୁ, ଯେଉଁ ଗରିବଙ୍କ କଲ୍ୟାଣ ପାଇଁ ମୋଦିଜୀଙ୍କ ଗ୍ୟାରେଣ୍ଟି ଅଛି, ତାକୁ ଲାଗୁ କଲେ ଗରିବଙ୍କ ଜୀବନରେ ପରିବର୍ତ୍ତନ ହେବ । ତେଣୁ ଆମେ ସୁଭଦ୍ରା ଯୋଜନା ଲାଗୁ କରିଛୁ । ସୁଭଦ୍ରା ଯୋଜନା ଏକ ବିକଶିତ ଓଡ଼ିଶାର ମୂଳପିଣ୍ଡ ହେବ ବୋଲି ଆମର ବିଶ୍ୱାସ ଅଛି ତେଣୁ ଜନସାଧାରଣ ସମସ୍ତେ ସରକାରଙ୍କୁ ସହଯୋଗ କରିବାକୁ ଆମେ ଅନୁରୋଧ କରୁଛୁ ।" 

ଏହାସହ ବଳଦେବଜୀଉ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ କହିଛନ୍ତି,"ଏ ସରକାରରେ ଜନହିତକର କାର୍ଯ୍ୟ କରିବାରେ ପଇସାର ଅଭାବ ନାହିଁ । ଜନସାଧାରଣଙ୍କ ପଇସା ଆମେ ତାଙ୍କର କାମରେ ଲଗାଇବୁ । ଯଦି ତୁଳସୀକ୍ଷେତ୍ର ବିକାଶ ପାଇଁ ଡିପିଆର ତିଆରି ହୋଇଥିବ, ଏଥିପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବ, ମୁଁ ଟୁରିଜିମ ବିଭାଗର ମନ୍ତ୍ରୀ ହିସାବରେ ଅଧିକାରୀମାନଙ୍କୁ ପଠାଇବି ଏବଂ ଯାହା ଆବଶ୍ୟକ ହେବ ଆମେ କରିବୁ । ଆମ କ୍ଷେତ୍ର, ଆମ ସଂସ୍କୃତି, ଆମ ଅସ୍ମିତା ବଢିଲେ ଆମ ଓଡ଼ିଆ ଲୋକ ମୂଳରୁ ମଜବୁତ ହେବେ  ।" 

ଏହା ମଧ୍ୟ ପଢ଼ନ୍ତୁ...ସୁଭଦ୍ରା ଯୋଜନା: ମାତିଲେ ସାଇବର ଠକ, ଏମିତି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ - Subhadra Yojana Cyber Fraud

ଏହା ମଧ୍ୟ ପଢ଼ନ୍ତୁ...ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା - Subhadra Yojana


ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.