ଗଣମାଧ୍ୟମକୁ କମେଡି କିଙ୍ଗଙ୍କ ଦୁର୍ବ୍ୟବହାର, ଭିଡିଓ ଭାଇରାଲ - ଗଣମାଧ୍ୟମକୁ କମେଡି କିଙ୍ଗଙ୍କ ଦୁର୍ବ୍ୟବହାର , ଭିଡିଓ ଭାଇରାଲ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10741805-1070-10741805-1614065233646.jpg)
ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଫେବୃଆରୀ 22 ରେ ମୁମ୍ବାଇ ଏୟାରପୋର୍ଟରୁ କପିଲଙ୍କୁ ଜଣେ ବ୍ୟକ୍ତି ହ୍ବିଲ ଚେୟାରରେ ବାହାରକୁ ଆଣୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ଯାହାପରେ ଏୟାରପୋର୍ଟରେ କପିଲ ସାମ୍ବାଦିକଙ୍କ ଉପରେ ରାଗିଯାଇଥିଲେ । ରିପୋଟର୍ସ ତାଙ୍କୁ ହଇରାଣ କରୁଥିବାର ସେ ଅଭିଯୋଗ କରିଛନ୍ତି । ଏଥିସହିତ କପିଲ ସେମାନଙ୍କ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କପିଲଙ୍କ ଟିମର ଜଣେ ସଦସ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରି ଭିଡିଓକୁ ଡିଲିଟ କରିବାକୁ କହିଥିଲେ କିନ୍ତୁ, ସାମ୍ବାଦିକ ତାହା ଡିଲିଟ କରିବାକୁ ମନା କରିଦେଇଥିଲେ ।