ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ସୋନୁ ନିଗମ - ବର୍ଥ ଡେ ସେଲିବ୍ରେସନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12631392-315-12631392-1627725411988.jpg)
ମୁମ୍ବାଇ: ସିଙ୍ଗର ସୋନୁ ନିଗମ । ଯିଏକି ନିଜର ସୁମଧୁର ସ୍ବର ପାଇଁ ପ୍ରତିଟି ସଙ୍ଗୀତ ପ୍ରେମୀଙ୍କ ଉପରେ ଦିଲରେ ରାଜ କରନ୍ତି । ଏହି ଲୋକପ୍ରିୟ ବଲିଉଡ ସିଙ୍ଗର ଜୁଲାଇ 30 ତାରିଖରେ 48 ବର୍ଷ ବୟସରେ ପାଦ ଥାପିଛନ୍ତି । ମୁମ୍ବାଇରେ ତାଙ୍କର କିଛି ପ୍ରଶଂସକଙ୍କ ସହ ନିଜର ଖାସ ଦିନକୁ ପାଳିଛନ୍ତି ସୋନୁ । ତାଙ୍କ ଜନ୍ମଦିନରେ ପ୍ରଶଂସକ ଏବଂ ବି-ଟାଉନ୍ ସେଲିବ୍ରିଟିମାନଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି । ସୋନୁ 1973 ମସିହାରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିଲେ। ସେ ସଙ୍ଗୀତ ଜଗତକୁ ବୋଲେ ଚୁଡିୟାଁ, ଆଖିୟୋଁ ସେ ଗୋଲି ମାରେ, ହନ୍ସ ମତ ପଗଲି, ଦୋ ପଲ୍ ଏବଂ ମେରେ ହାଥ ମେଁ ଭଳି ଅନେକ ସୁପରହିଟ ସଙ୍ଗୀତ ଭେଟି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ