ନିରାମିଷ ଭୋଜନ ବାଣ୍ଟି ଭୋକିଲାଙ୍କ ଭୋକ ମେଣ୍ଟାଇଲେ ସନ୍ନି-ଡାନିଏଲ୍ - ମିଲିୟନ୍ ଡଲାର୍ ଭେଗାନ୍ ସଂଗଠନ
🎬 Watch Now: Feature Video

ମୁମ୍ବାଇ: କୋରୋନା କାଳରେ ଅନେକ ସେଲିବ୍ରିଟି ନିଜ ନିଜ ଅନୁଯାୟୀ ଦେଶବାସୀଙ୍କ ସେବା କରୁଥିବାର ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ସେକ୍ସି ଅଭିନେତ୍ରୀ ସନ୍ନି ଲିଓନୀ । ସେ ନିଜ ସ୍ବାମୀ ଡାନିଏଲ୍ ୱେବର ସହ ମିଶି ମୁମ୍ବାଇର ବାନ୍ଦ୍ରାରେ ଅଭାବୀ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି । ଏହି ମହାନ କାର୍ଯ୍ୟ ପାଇଁ ଏହି ଯୋଡି ମିଲିୟନ୍ ଡଲାର୍ ଭେଗାନ୍ ସଂଗଠନ ସହିତ ହାତ ମିଶାଇଛନ୍ତି । ସେହିପରି ଅଭାବୀଙ୍କ ପେଟ ପୋଷିବା ସହ ସନ୍ନି ଓ ଡାନିଏଲ୍ ପଶୁମାନଙ୍କ ଯନ୍ତ୍ରଣା ହ୍ରାସ କରିବା ପାଇଁ ନିରାମିଷ ଭୋଜନକୁ ପ୍ରୋତ୍ସାହିତ କରୁଥିବାର ନଜର ଆସୁଛନ୍ତି ।