ସାରା-ଇବ୍ରାହିମଙ୍କ ପିଲାବେଳ ଫଟୋ ପୋଷ୍ଟ କଲେ ପିଉସୀ - ସୈଫ ଅଲ୍ଲୀ ଖାନଙ୍କ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12061343-216-12061343-1623152887750.jpg)
ମୁମ୍ବାଇ: ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ନଜର ଆସନ୍ତି ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ସବା ଅଲ୍ଲୀ ଖାନ । ସେ ପ୍ରାୟତଃ ଫ୍ୟାମିଲି ଫଟୋ ସେୟାର କରି ଚର୍ଚ୍ଚା । ଏଥର ମଧ୍ୟ ସମାନ କାମ କରିଛନ୍ତି ସେ । ସେ ନିଜ ପୁତୁରା ଇବ୍ରାହିମ ଅଲ୍ଲୀ ଖାନ ଓ ଝିଆରୀ ସାରା ଅଲ୍ଲୀ ଖାନଙ୍କ ପିଲାବେଳ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦୁଇଜଣଙ୍କ କ୍ୟୁଟ ଅନ୍ଦାଜ ଦେଖିବାକୁ ମିଳୁଛି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୋ ଦ୍ବାରା ଫଟୋ ଉଠାଯାଇଛି । ମୁହୂର୍ତ୍ତଗୁଡିକ କ୍ୟାପଚର କରିବା ପାଇଁ ଫଟୋ କ୍ଲିକ୍ କରି ଫଟୋଗ୍ରାଫ୍ ସାଜିବା ହେଉଛି ସର୍ବୋତ୍ତମ ଉପାୟ । ଆମେ ସମସ୍ତେ ପଛକୁ ଚାହିଁ ସେହି ଦିନଗୁଡ଼ିକୁ ମନେ ରଖିବା । ମଜା ଏବଂ ଅସାବଧାନ ଦିନ ।’