ଆସିଲା ସବ୍ୟର୍ଚ୍ଚିତାଙ୍କ ବିବାହର ପ୍ରଥମ ଭିଡିଓ, ରାଜାରାଣୀ ବେଶରେ ଯୋଡି

By

Published : Mar 3, 2021, 1:59 PM IST

thumbnail
ଭୁବନେଶ୍ବର: ରିଲ ଲାଇଫ ପରେ ଏବେ ରିୟଲ ଲାଇଫର ପତିପତ୍ନୀ ସାଜିଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀ ମିଶ୍ର । ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ପ୍ୟାଲେସରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ଅର୍ଚ୍ଚିତାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ସାତ ଜନ୍ମର ସାଥୀ କରିଛନ୍ତି ସପନର ସୌଦାଗର। ପରିବାର ସଦସ୍ୟ ଓ ହାତଗଣତି ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ ବନ୍ଧନରେ ଏହି ଯୋଡି ଆବଦ୍ଧ ହୋଇଥିବାବେଳେ ଆଜି ସବ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜର ସ୍ପେଶାଲ ଡେ ଭିଡିଓ । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.