ପ୍ରଧାନମନ୍ତ୍ରୀ ମୋ ପାଇଁ କୋଉ ହିରୋଠୁ କମ ନୁହନ୍ତି, ଜନ୍ମଦିନରେ ମତେ ଅଟୋଗ୍ରାଫ ଦେଇଛନ୍ତି: ମଞ୍ଜୁ ନାୟକ - Autograph Of PM Modi

By ETV Bharat Odisha Team

Published : Sep 17, 2024, 8:08 PM IST

thumbnail
PM Modi Gives Autograph (ETV Bharat Odisha)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଭୁବନେଶ୍ୱରରେ ପିଏମ ଆବାସ ଯୋଜନାର ଆବଣ୍ଟନ ପାଇଁ ଆସିଥିବା ବେଳେ ଜନ୍ମଦିନର ଶୁଭେଚ୍ଛା ଜଣାଇ ଅଟୋଗ୍ରାଫ ମାଗିଥିଲେ ଶବରସାହିର ହିତାଧିକାରୀ ମଞ୍ଜୁ ନାୟକ । ଜନ୍ମଦିନରେ କିଏ କ'ଣ ଭେଟି ଦେଇଥାଏ, କିନ୍ତୁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଘରୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଆସିଥିବା ମଞ୍ଜୁ ନାୟକ କିନ୍ତୁ ଅଟୋଗ୍ରାଫ ମାଗିଥିଲେ । ଆଉ ଆଶା ମଧ୍ୟ ରଖିଥିଲା ପ୍ରଧାନମନ୍ତ୍ରୀ ଅଟୋଗ୍ରାଫ  ଦେବେ ବୋଲି । ତେଣୁ ଘରୁ ହିଁ ଖାତା ଓ କଲମ ନେଇ ଆସିଥିଲେ । ଆଉ ମଞ୍ଜୁଙ୍କ ଇଚ୍ଛାକୁ ପୂରଣ କରିଥିଲେ ମୋଦି  ।  

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଉ ଜଣାଉ ଅଟୋଗ୍ରାଫ ଦେବା ସହ ସାହିରେ ବାକିରହିଯାଇଥିବା ଅନ୍ୟ ସବୁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବାର ପ୍ରତିଶୃତି ଦେଇଥିଲେ । ଅଟୋଗ୍ରାଫରେ ଗୁଜୁରାଟୀ ଭାଷାରେ ଜୟ ଜଗନ୍ନାଥ ସହ ମୋଦିଜୀ ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ନେଇ ମଞ୍ଜୁ ଖୁସି ଥିବା ବେଳେ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଭେଟି ତାଙ୍କ ଆଶା ପୁରଣ ହୋଇଥିବା କହିଛନ୍ତି । ମଞ୍ଜୁ କହିଛନ୍ତି, "ମୋଦି ମୋ ପାଇଁ କେଉଁ ହିରୋ ଠାରୁ ବି କମ ନୁହଁନ୍ତି । ତେଣୁ ମୋର ପ୍ରିୟ ମଣିଷଙ୍କ ଏହି ସ୍ମୃତିକୁ ସବୁଦିନ ମୁଁ ସାଇତି ରଖିବି । ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନରେ ମା' ଭାବେ ଆଶୀର୍ବାଦ ପ୍ରଦାନ କରିଛି । ମୋ ପାଇଁ ଆଜିର ଦିନଟି ବେଶ ଖୁସିର ଦିନ ଥିଲା ।" ସେହିପରି ସୁଭଦ୍ରା ଯୋଜନାକୁ ନେଇ ମୋଦି ପଚାରିଥିବା କୌତୁକିଆ କଥାକୁ ନେଇ ସେ ବେଶ ହସିଛନ୍ତି ଆଉ ତାର ପ୍ରତିବଦଳରେ ଅଳଙ୍କାର ନୁହେଁ ସୁଭଦ୍ରା ଟଙ୍କାରେ ବ୍ୟବସାୟ କରି ସ୍ୱାବଲମ୍ବୀ ହେବି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ଦେଇଛନ୍ତି । ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଠାରୁ ଜନ୍ମଦିନରେ ଉପହାର ପାଇଁ ଖୁସିର ମୁହୂର୍ତ୍ତକୁ କିଭଳି ଅନୁଭବ କରୁଛନ୍ତି ମଞ୍ଜୁ ନାୟକ ଆସନ୍ତୁ ଶୁଣିବା ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.