ETV Bharat / state

ବନ୍ୟାରେ ବେହାଲ ଉତ୍ତର ଓଡ଼ିଶା; ବୋଟରେ ଉଦ୍ଧାର କାର୍ଯ୍ୟ ଜାରି - Odisha flood situation

author img

By ETV Bharat Odisha Team

Published : Sep 17, 2024, 8:35 PM IST

Updated : Sep 17, 2024, 8:51 PM IST

Odisha flood situation: ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବା ବେଳେ ଏବେ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ବିପଦ ସଙ୍କେତ 10.36 ଥିବା ବେଳେ ବର୍ତ୍ତମାନ 10.48 ରେ ଜଳ ପ୍ରବାହିତ ହେଉଛି । ଯେଉଁଥିପାଇଁ ବିଭିନ୍ନ ସ୍ଥାନରେ ଜଳ ବିଭୀଷିକା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ

Odisha flood situation
Odisha flood situation (ETV Bharat Odisha)

ଭୁବନେଶ୍ବର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ରାଜଘାଟରେ ସୁବର୍ଣ୍ଣରେଖାର ବିପଦ ସଂକେତ 10.36 ମିଟର ଥିବାବେଳେ ଏବେ 10.44 ମିଟର ବନ୍ୟା ଜଳ ପ୍ରଭାବିତ ହେଉଛି । ଆସନ୍ତାକାଲି ସକାଳେ ଏହା 10.95 ମିଟରରେ ପହଁଚିବ । ଫଳରେ ବାଲେଶ୍ଵର ଜିଲ୍ଲାର 4 ବ୍ଲକର ଲୋକଙ୍କ ଦୁର୍ଦ୍ଦଶା ବଢିବ । ବୁଢ଼ାବଳଙ୍ଗର ଜଳସ୍ତର ସତର୍କ ସଂକେତ ଓ ବିପଦ ସଂକେତ ମଧ୍ୟରେ ପ୍ରବାହିତ ହେଉଛି । ବୈତରଣୀ ଓ ଜଳକା ନଦୀର ଜଳସ୍ତର କମିବା ସାମନ୍ୟ ଆଶ୍ୱସ୍ତ କରିଛି ।

Odisha flood (ETV Bharat Odisha)

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା :-
ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା ଅନୁସାରେ, ଅବପାତ ପଶ୍ଚିମବଙ୍ଗ ଓ ଓଡିଶା ମଧ୍ୟରେ ମୟୁରଭଞ୍ଜ ଦେଇ ଝାରଖଣ୍ଡ ଆଡ଼କୁ ଗତି କରିଥିଲା । ଏହାର ପ୍ରଭାବରେ ସୁବର୍ଣ୍ଣରେଖାର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଝାରଖଣ୍ଡ ସହ ଉତ୍ତର ଓଡିଶାରେ ବର୍ଷା ମଧ୍ୟ ହୋଇଛି । ଫଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଝାରଖଣ୍ଡର ଜାମୁଶଳା ଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସେହିପରି ବାଲେଶ୍ଵରର ରାଜଘାଟ ନିକଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ରାଜଘାଟରେ ବିପଦ ସଂକେତ 10.36 ମିଟର ଥିବା ବେଳେ ପ୍ରବାହିତ ଜଳସ୍ତର ରହିଛି 10.48 ମିଟର । ଅର୍ଥାତ 0.12 ମିଟର ଅଧିକ ବିପଦ ସଂକେତ ଉପରେ ରହିଛି ।

Odisha flood (ETV Bharat Odisha)

ସତର୍କ ଅଛି ବିଭାଗ, କ୍ୟାମ୍ପ କରିଛନ୍ତି ମୁଖ୍ୟ ଯନ୍ତ୍ରୀ :-
"ସୁବର୍ଣ୍ଣରେଖାର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବ । CWCର ପୂର୍ବାନୁମାନ ଅନୁସାରେ ଜଳସ୍ତର 10.95 ମିଟର ଆସନ୍ତାକାଲି ସକାଳେ ହେବ । ଏହାକୁ ଦୃଷ୍ଟିରେ ରଖି ଆମେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଅଛୁ । ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଜଳସମ୍ପଦ ବିଭାଗ ସତର୍କ ଅଛି । ବିଭାଗର ମୁଖ୍ୟ ଯନ୍ତ୍ରୀ ବାଲେଶ୍ଵରରେ କ୍ୟାମ୍ପ କରିଛନ୍ତି । ଅନ୍ୟାନ୍ୟ ଅଧିକାରୀ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଉତ୍ତର ଓଡ଼ିଶାର ସମସ୍ତ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି," ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।

Odisha flood (ETV Bharat Odisha)
ଏହା ବି ପଢନ୍ତୁ- ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା, ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ CSଙ୍କ ନିର୍ଦ୍ଦେଶ - Special Relief Commissioner

4 ବ୍ଲକ ଲୋକଙ୍କର ବଢୁଛି ଚିନ୍ତା :-
ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ହେଲେ ବାଲେଶ୍ଵର ଜିଲ୍ଲାର ବିଶେଷ କରି ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ବର ବ୍ଲକ ପ୍ରଭାବିତ ହେବ । ବୁଢ଼ାବଳଙ୍ଗ ସ୍ଥିତି ସୁଧୁରିବା ସହ ଜଳସ୍ତର କମିବାରେ ଲାଗିଛି । ବୁଢ଼ାବଳଙ୍ଗ ସତର୍କ ସ୍ତର ଓ ବିପଦ ସ୍ତର ମଝିରେ ପ୍ରବାହିତ ହେଉଛି । ସେହିପରି ଜଳକାର ଜଳସ୍ତର ଧୀରେ ଧୀରେ କମୁଛି । ସମୁଦ୍ରର ପ୍ରଖର ଜୁଆର ଯୋଗୁଁ ଜଳ ନିଷ୍କାସନ ପ୍ରଭାବିତ ହେଉଛି । ଜଳ ନିଷ୍କାସନ ଲାଗି ଅଧିକ ସମୟ ଲାଗିବ । ସେହିପରି ବୈତରଣୀ ନଦୀର ଜଳସ୍ତର ବଢୁଥିଲା । କିନ୍ତୁ ଆଜି ସକାଳୁ ଏହା କମୁଛି । ତେଣୁ ବୈତରଣୀ ବେସିନରେ କୌଣସି ପ୍ରକାର ବିପଦ ନାହିଁ । ରାଜ୍ୟରେ ଅନ୍ୟ କୌଣସି ଠାରେ ବନ୍ୟା ପରିସ୍ଥିତି ନାହିଁ ।

ଏହା ବି ପଢନ୍ତୁ-ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ମୋହନ: ବୁଲିଲେ ବନ୍ୟାଞ୍ଚଳ, ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ - CM Mohan Visits Malkangiri

କମିଲା ବୈତରଣୀ ଜଳସ୍ତର-

ବିପଦ ସଙ୍କେତ ଉପରେ ଥିଲା ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ନଦୀର ଜଳ ସ୍ତର ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, 18.02 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ଏନେଇ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡ଼ିଛି । ଵାତ୍ୟା ଆଶ୍ରୟ ସ୍ଥଳି ପ୍ରସ୍ତୁତ ଅଛି, ବୋଟ ପ୍ରସ୍ତୁତ ଅଛି, ଏନେଇ ବ୍ଲକ ପ୍ରଶାସନ ସଂପୂର୍ଣ୍ଣ ସତର୍କ ଅଛନ୍ତି । ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ପରେ ପ୍ରସାଶନିକ ଅଧିକାରୀମାନେ ଵୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ଵୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି ବୋଲି ଜଣାପଡିଛି । ବୈତରଣୀ ନଦୀ ରେ ଜଳ ସ୍ତର ବୃଦ୍ଧି ପାଇଲେ ପ୍ରଥମେ ଧାମନଗର ଏବଂ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଯାହାକୁ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି ବୋଲି ସୂଚନା ମିଳିଛି । ତେବେ ସନ୍ଧ୍ୟାରେ କମିଛି ବୈତରଣୀ ଜଳସ୍ତର ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀ ମୋହନଙ୍କ ମାଲକାନଗିରି ଗସ୍ତ, ଜିଲ୍ଲାରେ ବନ୍ୟା ସ୍ଥିତିର କରିବେ ସମୀକ୍ଷା - Malkangiri Flood Review

ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ, ବୋଟରେ ଉଦ୍ଧାର କାର୍ଯ୍ୟ ଜାରି-

ବାଲେଶ୍ଵର ସଦର ବ୍ଲକର ବଇଞ୍ଚା, ସିନ୍ଧିଆ, ବୁଆଁଳ ଆଦି ଚାରି ପାଞ୍ଚଟି ପଞ୍ଚାୟତର ଲୋକଙ୍କୁ ଜଳ ଘେରିରୁ ଉଦ୍ଧାର କରି ବାହାରକୁ ଆଣିବାର ପ୍ରକ୍ରିୟା ଜାରି ରଖିଛି ଏସଆରସି ବୋଟ । ଧିରେ ଧିରେ ବୁଢ଼ା ବଳଙ୍ଗର ଜଳ ସ୍ତର ବଢୁଥିବା ଯୋଗୁଁ ଗାଁ ଘର ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ । ଲୋକେ ବଜାର ହାଟକୁ ଆବଶ୍ୟକୀୟ ଜିନିଷ ପତ୍ର କିଣିବା ପାଇଁ ଏସଆରସି ବୋଟ୍ ଜରିଆରେ ନିତ୍ୟାନ୍ତ ଜରୁରୀ କାମ ମେଣ୍ଟାଉଛନ୍ତି । ସେପଟେ ଚାଷ ଜମି ସମ୍ପୁର୍ଣ୍ଣ କ୍ଷୟ କ୍ଷତି ହୋଇଥିବା ବେଳେ ଏହାର ସରକାରୀ ଆକଳନ ଲୋକଙ୍କ ଉଦ୍ଧାର ପରେ କରାଯିବ । ଅନ୍ୟପଟେ ଉତ୍ତର ବାଲେଶ୍ୱରରେ ମଧ୍ୟ ଜଳ ବିଭୀଷିକା ଦେଖିବାକୁ ମିଳିଛି । ଅମର୍ଦାରୋଡ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ବର୍ଷାପାଣି ପଶି ଯାଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଲକ୍ଷାଧିକ ଟଙ୍କାର ବୈଦୁତିକ ସାମଗ୍ରୀ ସହିତ ବହୁ ଦରକାରୀ କାଗଜ ପତ୍ର ପାଣିରେ ଭିଜି ନଷ୍ଟ ହୋଇଛି । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଥିବା ବେଳେ ଏବେ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । ବିପଦ ସଙ୍କେତ 10.36 ଥିବା ବେଳେ ବର୍ତ୍ତମାନ 10.48 ରେ ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ବିଭିନ୍ନ ସ୍ଥାନରେ ଜଳ ବିଭୀଷିକା ଦେଖିବାକୁ ମିଳିଛି।

ଏହା ବି ପଢନ୍ତୁ-ମାଲକାନାଗିରି ବନ୍ୟା: ସୁଧୁରିଛି ସ୍ଥିତି, ତଥାପି ପାଣିଘେରରେ ବିଭିନ୍ନ ଅଞ୍ଚଳ - malkangiri flood situation

ଲଗାଣ ବର୍ଷା ଫଳରେ ଉତ୍ତର ବାଲେଶ୍ୱରର କିଛି ଅଞ୍ଚଳ ଜଳମଗ୍ନ ହେବାସହ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଏହାସହ ଜିଲ୍ଲାର ବସ୍ତା ଓ ବାଲିଆପାଳ ବ୍ଲକରେ ଅନେକ ଗାଁ ଜଳବନ୍ଦୀ ଥିବା ଦେଖିବାକୁ ମିଳିଛି। ସେହିପରି ଲଗାଣ ବର୍ଷା ପ୍ରଭାବରେ ଜାମକୁଣ୍ଡା ଶୁଳୁଷା ପାଣ୍ଠ କୋଷ୍ଟ କେନାଲ ସୁଇଜ ଗେଟ୍ ପୋଲ ଧସି ଯାଇଥିବା ଦେଖିବାକୁ ମିଳିଛି। ଯାହାଦ୍ୱାରା ଜାମକୁଣ୍ଡା ଗାଁ କୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା ଆଣି ପକା ଯାଉଥିବା ଦେଖିବାକୁ ମିଳିଛି। ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶି ଧାନ ଚାଷ ନଷ୍ଟହେବାର ଆଶଙ୍କା କରାଯାଉଛି। ବାଲିଆପାଳର ପ୍ରାୟ 20 ଗାଁ ଭିତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ତିନି ପ୍ରମୁଖ ନଦୀ ସୁବର୍ଣ୍ଣ ରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ଜଳକା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ 6.81 ଜଳସ୍ତର ରହିଛି। ସେହିପରି ସୁବର୍ଣ୍ଣରେଖା ନଦୀର ଜଳସ୍ତର 10.29 ରହିଛି ଯାହାର ଡେଞ୍ଜର ଲେବୁଲ 10.36। ଅନ୍ୟପଟେ ବୁଢ଼ାବଳଙ୍ଗର ବିପଦ ସଂକେତ 8.13 ରହିଥିବା ବେଳେ ବର୍ତ୍ତମାନ 7.56 ରେ ଜଳ ପ୍ରବାହିତ ହେଉଛି।

Last Updated : Sep 17, 2024, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.