ETV Bharat / state

ଗାଡକଣରେ ଘର ବାଣ୍ଟିଲେ ମୋଦି, ଜନ୍ମଦିନରେ ଖାଇଲେ କ୍ଷୀରି - PM Modi At Gadakana Sabar Sahi

author img

By ETV Bharat Odisha Team

Published : Sep 17, 2024, 8:10 PM IST

PM Modi At Gadakana Sabar Sahi: ଗାଡ଼କଣରେ ପିଏମ ଆବାସ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ହିତାଧିକାରୀଙ୍କ ଠାରୁ ଖାଇଲେ କ୍ଷୀରି । ଅଧିକ ପଢ଼ନ୍ତୁ

PM Modi At Gadakana Sabar Sahi
PM Modi At Gadakana Sabar Sahi (ETV Bharat Odisha)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନିରେନ୍ଦ୍ର ମୋଦିଙ୍କ ଆଜି ଭୁବନେଶ୍ବର ଗାଡକଣ ଶବରସାହିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଆବଣ୍ଟନ କରିଛନ୍ତି । ହିତାଧିକାରୀଙ୍କୁ ଚାବି ଦେଇ ଗୃହ ପ୍ରବେଶ କରାଇବା ସହ ଆବାସ ଯୋଜନାର ସୁବିଧାର ଉପଲବ୍ଧିକୁ ନେଇ ସିଧାସଳଖ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଆଉ ସେଠାରେ ଗାଁ ଲୋକଙ୍କ ସହ ଜଣ ଜଣ କରି କଥା ହେବା ସହ ଜନ୍ମଦିନ ପାଳିଛନ୍ତି ପ୍ରଧାନମନ୍ତ୍ରୀ । ଲୋକଙ୍କ ସହ ମିଶି ମାଟି କପରେ ଚା' ପିଇବା ଓ ତାଙ୍କ ସହ ବିସକେଟ ଖାଇଛନ୍ତି । ହିତାଧିକାରୀଙ୍କ ହାତ ତିଆରି କ୍ଷୀରି ଖାଇ ଜନ୍ମଦିନକୁ ଖୁସିରେ ପାଣିଛନ୍ତି ମୋଦି । ଆଜି ଜନ୍ମଦିନରେ ଗାଁ ପରିବେଶରେ ସାଧାରଣ ଜନତାଙ୍କ ସହ ମିଶି ଜନ୍ମଦିନ ପାଳିଥିବା ବେଳେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

କ୍ଷୀରି ଖାଇଲେ ପ୍ରଧାନମନ୍ତ୍ରୀ:

ତେବେ ଭୁବନେଶ୍ୱର ଗାଡକଣ ଶବରସାହି ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଜନାର ଶୁଭାରମ୍ଭ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରୁ କରିଥିଲେ । ଶୁଭାରମ୍ଭ ପୂର୍ବରୁ ମୋଦିଙ୍କୁ ଗାଁ ଲୋକ ପାରମ୍ପରିକ ଢଙ୍ଗରେ ପୁଷ୍ପ ଚନ୍ଦନ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । କେବଳ ସେତିକି ନୁହେଁ ଗାଁକୁ ପ୍ରବେଶ ପୂର୍ବରୁ ପାରମ୍ପରିକ ନୃତ୍ୟରେ କମ୍ପିଥିଲା ସାରା ଗାଁ ପରିବେଶ । କାରଣ ଗାଁର ଆରମ୍ଭରୁ କୋରାପୁଟର ନୃତ୍ୟଶିଳ୍ପୀମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହ ତାଙ୍କ ପରମ୍ପରା ଝଲକରେ ନୃତ୍ୟରେ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ସ୍ୱାଗତ ପରେ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରୁ ପ୍ରଥମ ଗୃହ ପ୍ରବେଶ କରାଇଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଗୃହ ପ୍ରବେଶ କରିସାରି ଘରେ ଥିବା ଠାକୁରଙ୍କୁ ଅର୍ଥାତ ଜଗନ୍ନାଥଙ୍କୁ ପୂଜା କରିଥିଲେ । ଆଉ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ମୋଦିଙ୍କ ଜନ୍ମଦିନ ଅବସରରେ ବୋହୁ ସାଧବିଙ୍କ ଦ୍ୱାରା ପ୍ରସ୍ତୁର ଚାଉଳ କ୍ଷୀରି ଖାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ମୋଦିଙ୍କୁ ପାଖରେ ପାଇଁ ଗାଡକଣବାସୀ ଖୁସି:

PM Narendra Modi AT Gadakana
PM Narendra Modi AT Gadakana (ETV Bharat Odisha)

ପରେ ତାଙ୍କ ଛୋଟ ଛୁଆକୁ ପରିବାରର ସଦସ୍ୟ ପରି କୋଳରେ ଧରିଲେ ଆଉ ତାଙ୍କୁ ଆବାସ ଯୋଜନାର ଉପଲବ୍ଧି ସମ୍ପର୍କରେ ପଚାରିଥିଲେ । ପରେ ପରେ ଛୋଟ ପିଲା ଗୁଡ଼ିଆ ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ସହ ତାଙ୍କ ଠାରୁ ଫଟୋ ନେବା ସହ ତାଙ୍କୁ ପାଠ ପଢିବା କଥା ପଚାରିଥିଲେ । ସର୍ବୋପରି ଭୁବନେଶ୍ୱର ଗସ୍ତରେ ଆସି ପିଏମ ଆବାସ ଯୋଜନା ପାଇଥିବା ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବେଳେ ମୋଦିଙ୍କୁ ପାଖରେ ପାଇଁ ସମସ୍ତେ ବେଶ ଖୁସି ହୋଇଛନ୍ତି । ସମସ୍ତେ ଜନ୍ମଦିନର ଶୁଭେଛା ଜଣେଇଥିବା ବେଳେ ମଞ୍ଜୁ ନାୟକଙ୍କୁ ଅଟୋଗ୍ରାଫ ଦେଇଛନ୍ତି । କଥା ହେବା ଭିତରେ ପାଇଥିବା ଯୋଜନା ସହ ବାକିଥିବା ଯୋଜନାକୁ ପୁରା କରିବାର ପ୍ରତିଶୃତି ଦେଇଛନ୍ତି ମୋଦି । ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଗାଁର ପୁଅ ଭାବରେ କାମ କରିବି ବୋଲି ମୋଦି କହିଥିବା କହିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢ଼ନ୍ତୁ...74 ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି: ସଂଘର୍ଷରୁ ସଫଳ, ବିଭିନ୍ନ କ୍ଷେତ୍ରରେ କରିଛନ୍ତି ରେକର୍ଡ - PM Modi Birthday

ସବୁ ହିତାଧିକାରୀ ଖୁବଶୀଘ୍ର ଘର ପାଇବେ:

ସେପଟେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଲୋରକମାନଙ୍କ ଗୃହ ପ୍ରବେଶ କରାଇଲେ ଆଉ ଗାଁ ପରିବେଶରେ ଜନ୍ମଦିନ ପାଳିଲେ । ଏହା ଆମ ପାଇଁ ସୌଭାଗ୍ୟର ଦିନ ଏହା ଏକ ବିରଳ ଦୃଶ୍ୟ । ଏଠାରେ କ୍ଷୀରି ଖାଇଲେ ନିଶ୍ଚିତ ଏହା ଗ୍ରାମବାସୀଙ୍କ ପାଇଁ ଖୁସି କଥା । ଆଗକୁ ଅନ୍ୟ ସବୁ ହିତାଧିକାରୀ କିଭଳି ଖୁବଶୀଘ୍ର ଘର ପାଇବେ ତାର ପ୍ରତିଶୃତି ଦେଲେ ।" ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀ କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ଆଜିର ଏ ଗସ୍ତ ହିତାଧିକାରୀଙ୍କ ପାଇଁ ନିଆରା ଅନୁଭୂତି । ପ୍ରଧାନମନ୍ତ୍ରୀ ତାଙ୍କର ଗୃହ ପ୍ରବେଶ କରାଇଥିବାରୁ ଲୋକମାନେ ବହୁତ ଖୁସି । ଆଜି ଶବର ସାହିର ୧୨୦ ଜଣଙ୍କ ମଧ୍ୟରୁ ୩୬ ଜଣ ହିତାଧିକାରୀ ଘର ପାଇଛନ୍ତି । ଆଗକୁ ଅନ୍ୟ ସମସ୍ତ ହିତାଧିକାରୀ କିଭଳି ଘର ପାଇବେ ତାର ବ୍ୟବସ୍ତା ସରକାର ଖୁବଶୀଘ୍ର କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା କନେକ୍ସନ,ଓଡିଆ ଅସ୍ମିତାରୁ ସରକାର ଗଠନ, ଜନ୍ମଦିନରେ 'ସୁଭଦ୍ରା' ଭେଟି - PM Modi odisha connection

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.