Municipal Election: ସିଂହଦେଓ ପରିବାର କଲେ ମତ ସାବ୍ୟସ୍ତ - ଭୋଟ ଦେଲେ ସିଂହଦେଓ ପରିବାର

🎬 Watch Now: Feature Video

thumbnail

By

Published : Mar 24, 2022, 6:10 PM IST

Updated : Feb 3, 2023, 8:20 PM IST

ବଲାଙ୍ଗୀର: ପୌର ପରିଷଦ ନିର୍ବାଚନ ପାଇଁ ଆଜି ପଡିଛି ଭୋଟ । ମତଦାନ ପ୍ରକ୍ରିୟାରେ ରାଜା ପରିବାର ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଏବଂ ତାଙ୍କ ପରିବାର ନିଜ ମତ ସାବ୍ୟସ୍ତ କରିଛନ୍ତି । ଏଥିସହ ଜନସାଧାରଣଙ୍କୁ ଏହି ଗଣତନ୍ତ୍ର ପର୍ବରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ରାଜ୍ୟ ଉପସଭାପତି ଓ ତାଙ୍କ ସାନ ପୁଅ ଅର୍କେଷ ନାରାୟଣ ସିଂହଦେଓ ଭୋଟ ଦେଇଛନ୍ତି । ଏମାନେ ଆଜି ବଲାଙ୍ଗୀର ମହିଳା ମହବିଦ୍ୟାଳୟରେ ଲାଇନରେ ଛିଡା ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ସେପଟେ ବଲାଙ୍ଗୀର ବିଜେଡି ଯୁବ ନେତା ଅର୍କେଷ ନାରାୟଣ ସିଂହଦେଓ ନିଜେ ଭୋଟ ଦେବା ସହ ବଲାଙ୍ଗୀର ସହରର ସମସ୍ତଙ୍କୁ ଏହି ଗଣତନ୍ତ୍ର ପର୍ବରେ ସାମିଲ ହୋଇ ଭୋଟ ଦେବାକୁ ଏବଂ ଉଚିତ୍ ପ୍ରାର୍ଥୀଙ୍କୁ ବାଛିବାକୁ ଅପିଲ କରିଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ବିଜେଡିର ଲହର ଚାଲିଛି ଓ ଲୋକେ ବିଜେଡିର ସବୁ ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା କହିଛନ୍ତି । ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରl
Last Updated : Feb 3, 2023, 8:20 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.