Panchayat Poll: ମିଶନଶକ୍ତିରୁ ସରପଞ୍ଚ ପ୍ରାର୍ଥିନୀ ଉର୍ମିଳାଙ୍କ ପ୍ରଚାର - ପଞ୍ଚାୟତ ନିର୍ବାଚନ ପ୍ରଚାର

🎬 Watch Now: Feature Video

thumbnail

By

Published : Feb 19, 2022, 2:32 PM IST

Updated : Feb 3, 2023, 8:17 PM IST

କେନ୍ଦ୍ରପଡା: ମିଶନଶକ୍ତି ସଦସ୍ୟାରୁ ପଞ୍ଚାୟତ ପ୍ରତିନିଧି ଆଶାରେ ଉଚ୍ଚ ଶିକ୍ଷିତା ପ୍ରାର୍ଥିନୀ ଉର୍ମିଳା ପରିଡା ନିର୍ବାଚନ ରଣାଙ୍ଗନରେ ପାଦ ରଖିଛନ୍ତି । ତେବେ ହେଡ କ୍ବାର୍ଟର ପଞ୍ଚାୟତ କୁହାଯାଉଥିବା କେନ୍ଦ୍ରାପଡ଼ା ବ୍ଲକ କପାଳେଶ୍ୱର ପଞ୍ଚାୟତର ଉଚ୍ଚ ଶିକ୍ଷିତା ଉର୍ମିଳା ପରିଡା ଘର । ଅତି ସାଧାରଣ ପରିବାରର ମହିଳା ଚଳିତ ପଞ୍ଚାୟତ ନିର୍ବାଚନରେ କପାଳେଶ୍ୱର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚନ ଲଢ଼ୁଛନ୍ତି । ଏହି ପଞ୍ଚାୟତ ଅଧୀନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ ଓ କାର୍ଯ୍ୟାଳୟ ସମେତ ବହୁ ବଡ଼ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରହିଥିବା ବେଳେ ସାଧାରଣ ଲୋକେ ଏବେ ମଧ୍ୟ ପାଲ ଟାଣି ଘରେ ରହୁଥିବା ନଜିର ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି ଉର୍ମିଳା । ମିଶନ ଶକ୍ତି ମାଧ୍ୟମରେ ଗୃହିଣୀଙ୍କୁ ସମାଜରେ ମୁଖ୍ୟ ସ୍ରୋତକୁ ଆଣିବା, ବୟସ୍କଙ୍କୁ ଭତ୍ତା ପ୍ରଦାନ ସହ ଡ୍ରେନେଜ ବ୍ୟବସ୍ଥାକୁ ଦୃଢ଼ କରି ଲୋକଙ୍କ ସେବା କରିବା ତାଙ୍କ ମୂଳ ଲକ୍ଷ୍ୟ ହେବ ବୋଲି କହିଛନ୍ତି । ତେବେ କପାଳେଶ୍ୱର ପଞ୍ଚାୟତ ଉନ୍ନତି ପାଇଁ ଆଉ କଣ ନେବେ ସେ ପଦକ୍ଷେପ ସେନେଇ ଉର୍ମିଳାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କେନ୍ଦ୍ରାପଡା ସମ୍ବାଦଦାତା ରାଧାକାନ୍ତ ମହାନ୍ତି ।
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.