ଘରେ ପଶିଲା ଚିତାବାଘ, ଉଦ୍ଧାର ସମୟରେ ବନ କର୍ମଚାରୀଙ୍କୁ କଲା ଆକ୍ରମଣ - ବନ କର୍ମଚାରୀଙ୍କୁ ଚିତାବାଘ ଆକ୍ରମଣ କରିବା ଖବର
🎬 Watch Now: Feature Video
ଡେରାଡୁନ: ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କଲା ଚିତାବାଘ । କୌଣସି ଏକ ବ୍ୟକ୍ତିଙ୍କ ଘରେ ଚିତାବାଘ ପଶି ଯାଇଥିଲା । ଖବର ପାଇ ବନ କର୍ମଚାରୀ ଚିତାବାଘକୁ ଉଦ୍ଧାର କରିବା ପାଇଁ ଯାଇଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ମୀରାପୁରରେ । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ନନ୍ଦକିଶୋର ତ୍ୟାଗୀଙ୍କ ଘରେ ଆଜି(ଗୁରୁବାର) ଏକ ଚିତାବାଘ ପଶି ଯାଇଥିଲା । ଏନେଇ ଖବର ପାଇଁ ବନ ବିଭାଗ କର୍ମଚାରୀ ଉଦ୍ଧାର କରିବା ପାଇଁ ଆସିଥିବା ସମୟରେ ହଠାତ୍ ପାଲଟା ଆକ୍ରମଣ କରିଥିଲା ଚିତାବାଘ । ଏଥିରେ ବନ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଏମ୍ସରେ ଭର୍ତ୍ତି କାରଯାଇଛି । ଅନ୍ୟପଟେ ଚିତାବାଘ ଚକମା ଦେଇ ଚାଲିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST