ମେଢ଼ରେ ବୁଲିଲେ ପ୍ରଭୁ, ଭକ୍ତିମୟ ହେଲା ପୁରା ପରିବେଶ - ବାଲେଶ୍ବରରେ ରାମ ନବମୀ ଉତ୍ସବ ପାଳନ
🎬 Watch Now: Feature Video
ବାଲେଶ୍ବର: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଦିବସ ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ । ବାଲେଶ୍ଵରରେ ରାମ ନବମୀକୁ ବେଶ ଧୁମଧାମରେ ପାଳନ କରାଯାଇଛି । ସହରର ପରମିଟ ପଡ଼ିଆରେ ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ପରେ ସହରର ବିଭିନ୍ନ ସ୍ଥାନରୁ ମେଢ଼ ଆସି ପଡ଼ିଆରେ ପହଞ୍ଚିଥିଲା । ପଡ଼ିଆରୁ ବିଭିନ୍ନ ପ୍ରକାର ବାଦ୍ୟର ତାଳେତାଳେ ଭକ୍ତମାନେ ନାଚିନାଚି ସହର ପରିକ୍ରମା କରିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀରାମଙ୍କ ଜନ୍ମଦିନ ଉତ୍ସବ ପାଳନ କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତମାନେ ବେଶ ଉତ୍ସାହିତ ଅଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST