Ram Navami 2022: ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର ତିଆରି କଲେ ଯୁବ ଶିଳ୍ପୀ - Puri artist saswat makes ram temple using matchsticks
🎬 Watch Now: Feature Video

ପୁରୀ: ପବିତ୍ର ରାମ ନବମୀ ଅବସରରେ ଯୁବ ଚିତ୍ରଶିଳ୍ପୀଙ୍କ ନିଆରା କଳାକୃତି । ଦିଆସିଲି କାଠିରେ ତିଆରି କଲେ ଅଯୋଧ୍ୟା ରାମ ମନ୍ଦିରର ପ୍ରତିକୃତି । ମୋଟ 14 ଶହ 23 ଟି ଦିଆସିଲି କାଠିରେ 24 ଇଞ୍ଚ ଓସାର ଓ 35 ଇଞ୍ଚ ଲମ୍ବ ତିଆରି ହୋଇଛି ଏହି ରାମ ମନ୍ଦିର କଳାକୃତି । ପୁରୀ କୁମ୍ଭାରପଡାର ନିବାସୀ ସୁଦର୍ଶନ ସାହୁଙ୍କ ପୁଅ ଯୁବ ଚିତ୍ରଶିଳ୍ପୀ ଶାସ୍ବତ ରଞ୍ଜନ ସାହୁ ଏହି ନିଆରା କଳାକୃତିକୁ ଦିଆସିଲି କାଠିରେ ତିଆରି କରିଛନ୍ତି । ସେ ଏହି କଳାକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ନେଇ ତାଙ୍କର ଇଚ୍ଛା ରହିଛି । ଏହି ଦିଆସିଲି କାଠି ରାମ ମନ୍ଦିର କଳାକୃତିକୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ
Last Updated : Feb 3, 2023, 8:22 PM IST