୮ ଦଫା ଦାବି ନେଇ ସୁନ୍ଦରଗଡ଼ ଜିଲ୍ଲାର ସମିତି ସଭ୍ୟର ବିକ୍ଷୋଭ ପ୍ରଦର୍ଶନ - ୮ ଦଫା ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ
🎬 Watch Now: Feature Video
ରାଉରକେଲା: ୮ ଦଫା ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସମସ୍ତ ସୁନ୍ଦରଗଡ଼ ଜିଲ୍ଲାର ସମିତି ସଭ୍ୟ । ସେହିପରି ସମିତି ସଭ୍ୟ ସଙ୍ଘ ଜିଲ୍ଲା ସଦସ୍ୟଙ୍କ ସ୍ୱାର୍ଥକୁ ପ୍ରତିନିଧିତ୍ବ କରି ଜିଲ୍ଲାପାଳଙ୍କୁ 8 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛି । ଏନେଇ ଜିଲ୍ଲାର ଶହ ଶହ ସମିତି ସଭ୍ୟ ସୁନ୍ଦରଗଡ଼ର ଜିଲ୍ଲାପାଳ ଅଫିସ ଠାରେ ଏକତ୍ରିତ ହୋଇ ସେମାନଙ୍କ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- 11 ଦଫା ଦାବିରେ ଓଡିଶା ଆଦିବାସୀ ଅଧିକାର ମଞ୍ଚର ବିକ୍ଷୋଭ
ତେବେ ସମସ୍ତ ସମିତି ସଭ୍ୟ ମାନଙ୍କୁ ବାର୍ଷିକ ପାଣ୍ଠି ଆବଣ୍ଟନ କରାଯାଉ । ସମସ୍ତ ସଦସ୍ୟଙ୍କ ପାଇଁ ବାର୍ଷିକ 30 ଲକ୍ଷ ଟଙ୍କା ଆବଣ୍ଟନ କରିବାକୁ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ସେହିପରି ଏହି ପାଣ୍ଠି ଜିଲ୍ଲାର ବାସିନ୍ଦାଙ୍କ ଜୀବନକୁ ଉନ୍ନତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ ସମର୍ଥନ କରିବା ପାଇଁ ବିନିଯୋଗ କରାଯିବ ବୋଲି କହିଛି ସଙ୍ଘ । ଏହା ସାଙ୍ଗକୁ ସମସ୍ତ ସମିତି ସଭ୍ୟମାନଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉ ଆର୍ଥିକ ସ୍ଥିରତା ଓ ଉନ୍ନତ ମାନର ଜୀବନଯାପନ ପାଇଁ ସଭ୍ୟମାନେ ଅତିକମରେ 15 ହଜାର ଟଙ୍କା ମାସିକ ଭତ୍ତା ଦାବି କରିଛନ୍ତି । ଏହା ଅନେକ ସଦସ୍ୟ ଏବଂ ସେମାନଙ୍କ ପରିବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନରେଖା ଭାବେ କାର୍ଯ୍ୟ କରିବ ବୋଲି କହିଛି ସଙ୍ଘ । ସେହିପରି ଅବସରକାଳୀନ ପେନସନ ମଧ୍ୟ ଦାବି କରିଛି ସଙ୍ଘ । ଏହିଭଳି ୮ ଦଫା ଦାବିକୁ ନେଇ ସମିତି ପକ୍ଷରୁ ଶୋଭାଯାତ୍ରାର ଆୟୋଜନ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପଟେ ସେମାନଙ୍କ ଦାବିକୁ ଯତ୍ନର ସହ ବିଚାର କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାୟିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।
ଇଟିଭି ଭାରତ, ରାଉରକେଲା