ବସ ଧକ୍କାରେ ଯୁବକ ମୃତ, ଘଟଣା ସ୍ଥଳରେ ଉତ୍ତେଜନା - କଳାହାଣ୍ଡିରେ ସଡକ ଦୁର୍ଘଟଣା
🎬 Watch Now: Feature Video
ଭବାନୀପାଟଣା: ବସ ଧକ୍କାରେ ଯୁବକଙ୍କ ମୃତ୍ୟୁ । କଳାହାଣ୍ଡିରୁ ଜଗଦଲପୁର ଯାଉଥିବା ଗୁପ୍ତା ବସ ଭବାନୀପାଟଣା ଜେଲ ଛକ ଠାରେ ଏକ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ୍ୟୁ ହେଇଥିବା ସୂଚନା । ମୃତକ ଜଣକ କଳାହାଣ୍ଡି ସଦର ଥାନା ଅନ୍ତର୍ଗତ ରିଷ ଗାଁର କାହ୍ନୁ ନାଏକ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ମୃତକ କାହ୍ନୁ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ଘରୋଇ ଗୁପ୍ତା ବସଟି ଦୃତ ଗତିରେ ଆସି କାହ୍ନୁ ନାଏକକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଏନେଇ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ବସଟିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇ ଥିବା ବସଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ-ବାଇକକୁ ଧକ୍କା ଦେଲା ହାଇୱା, ଶିଶୁ ମୃତ ବାପା ଓ ମାଆ ଗୁରୁତର
ଇଟିଭି ଭାରତ, କଳାହାଣ୍ଡି