ବାଣ ତିଆରି ବେଳେ ବିସ୍ଫୋରଣ, ପୁଅ ମୃତ ବାପା ଗୁରୁତର - ବାଣ ତିଆରି ଚାଲିଥିବା ବେଳେ ବିସ୍ଫୋରଣ
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 28, 2023, 9:43 AM IST
ବ୍ରହ୍ମପୁର: ବାଣ ତିଆରି ଚାଲିଥିବା ବେଳେ ବିସ୍ଫୋରଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ଥାନା ଅନ୍ତର୍ଗତ ସ୍ଥାନୀୟ ଜଗତି ସାହିରେ । ମୃତକ ଜଣଙ୍କ ହେଉଛନ୍ତି ଜିତୁ ପ୍ରଧାନ । ଶୁକ୍ରବାର ରାତିରେ ଘଟିଥିଲା ବିସ୍ଫୋରଣ । ଗ୍ରାମର ରାଜୁ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ଦୀପାବଳୀ ପାଇଁ ନିଜ ଘରେ ବାଣ ତିଆରି କରୁଥିବା ବେଳେ ହଠାତ୍ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣରେ ଉପର ଘରର ଛାତ ଓ କାନ୍ଥର କିଛି ଅଂଶ ଭାଙ୍ଗି ଜିତୁଙ୍କ ଉପରେ ପଡିଥିଲା । ଘର ଭିତରେ ବାଣ ବିସ୍ଫୋରଣ ହେବାରୁ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହେବା ପରେ ସ୍ଥାନୀୟ ଲୋକେ ଏବଂ ତଳ ମହଲାରେ ରହୁଥିବା ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ବାପା ପୁଅଙ୍କୁ ସ୍ଥାନୀୟ କୋଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ମେଡିକାଲରେ ଜିତୁକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ରାଜୁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏହା ମଧ୍ୟ ପଢନ୍ତୁ-ଶାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ, 10 ଗୁରୁତର
ଇଟିଭି ଭାରତ, ବ୍ରହ୍ମପୁର