ମାଁ ବୁଢୀ ଠାକୁରାଣୀ ଯାତ୍ରା, ଗାଜିଆ ଓ ଏନାଦିରି ବେଶରେ ନୃତ୍ୟକଲେ ଯୁବବର୍ଗ - ମାଁ ବୁଢୀ ଠାକୁରାଣୀ ଯାତ୍ରା
🎬 Watch Now: Feature Video
ବ୍ରହ୍ମପୁର: ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜିତ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ର । ଏହି ଯାତ୍ରା ମାସେ ଧରି ଚାଲୁଥିବା ବେଳେ ଯାତ୍ରାରେ ବିଭିନ୍ନ ପରମ୍ପରା ଓ ରୀତିନୀତି ଦେଖିବାକୁ ମିଳିଥାଏ । ତେବେ ଏହାରି ମଧ୍ୟରେ ଗାଜିଆ ଓ ଏନାଦିରି ନିଆରା ବେଶରେ ବୁଲିବା ପରମ୍ପରା ରହିଛି । କୁହାଯାଏ ଏହି ବେଶ ମା’ଙ୍କ ବେଶ ପ୍ରିୟ । ଶିଶୁଙ୍କଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ଗାଜିଆ ଓ ଏନାଦିରି ବେଶରେ ମା’ଙ୍କ ପାଖରେ ନୃତ୍ୟ ପରିବେଷଣ କିରଥାନ୍ତି । ଏଇ ଦୁଇ ବେଶରେ ବେଶ ଯୁବ ବର୍ଗ ଏକତ୍ରିତ ହୋଇ ବିଭିନ୍ନ ଗହଳି ସ୍ଥାନରେ ଚାଙ୍ଗୁ ବାଦ୍ୟର ତାଳେ ତାଳେ ନୃତ୍ୟ କରି ଲୋକଙ୍କ ମନରୋଞ୍ଜନ କରିଥାନ୍ତି । ଚଳିତବର୍ଷ ମାଁ'ଙ୍କ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏଭଳି ସମୟରେ ଏଭଳି ଅନେକ ପ୍ରକାର ଭଳିକି ଭଳି ବେଶ ଦେଖିବାକୁ ମିଳୁଛି ।
ଇଟିଭି ଭାରତ ବ୍ରହ୍ମପୁର