ବାପା ହତ୍ୟାର ପ୍ରତିଶୋଧ ନେଲା ପୁଅ, ଖଣି ବ୍ୟବସାୟୀ ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ - ବାପା ହତ୍ୟାର ପ୍ରତିଶୋଧ ନେଲା ପୁଅ
🎬 Watch Now: Feature Video
Published : Oct 28, 2023, 8:32 AM IST
ଢେଙ୍କାନାଳ: ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଦିବ୍ୟଦର୍ଶନ ମାହୁନ୍ତଙ୍କୁ ଗିରଫ କଲା ପୋଲିସ । ବାପା ଦିପକ ମାହୁନ୍ତଙ୍କ ହତ୍ୟାକାଣ୍ଡର ପ୍ରତିଶୋଧ ପାଇଁ ସୁପାରି ଦେଇଥିଲେ ପୁଅ ଦିବ୍ୟଦର୍ଶନ । ୧ଲକ୍ଷ ଟଙ୍କାର ସୁପାରି ଦେଇ ନିରାକାର ସାହୁକୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ । ସେପ୍ଟେମ୍ବର ୨୭ ତାରିଖ ବିଳମ୍ବିତ ରାତିରେ ନିରାକାର ସାହୁକୁ କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ନୀରାକାରଙ୍କ ସ୍ତ୍ରୀ ଜାନକି ସାହୁ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ ।
ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦିବ୍ୟଦର୍ଶନ ମଧ୍ୟ ତିରୁପତି ପଳାଇଯାଇଥିଲା । ସେଦିନଠାରୁ ପୋଲିସ ତାକୁ ଖୋଜୁଥିଲା। ଗତ ୨୬ ତାରିଖ ଦିନ ସେ ତାଙ୍କ ଘର ତୁମୁଶିଙ୍ଗା ଥାନା ବାରୁଆଁ(କେ)କୁ ଆସିଥିବାବେଳେ ପୋଲିସ ତାକୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବା ନେଇ ସୂଚନା ଦେଇଛନ୍ତି ଏସଡିପିଓ ପ୍ରଭାତ ତ୍ରିପାଠୀ । ଦିପକ ମାହୁନ୍ତ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଥିଲେ ନିରାକାର ସାହୁ । ଜେଲରେ ରହିବା ପରେ କିଛି ମାସ ତଳେ ବେଲରେ ଆସିଥିଲେ ନିରାକାର । ନିରାକାରକୁ ହତ୍ୟା କରିବାକୁ ଦିବ୍ୟାଦର୍ଶନ ସୁପାରୀ ଦେଇ ଯୋଜନା କରୁଥିଲା । ଶେଷରେ ଏଥିରେ ସଫଳ ମଧ୍ୟ ହୋଇଥିଲା।
ଏହା ମଧ୍ୟ ପଢନ୍ତୁ-ଗୁଣିଗାରେଡି ସନ୍ଦେହରୁ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ
ଇଟିଭି ଭାରତ , ଢେଙ୍କାନାଳ