ଆଜି ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ, ଓଡିଶାରେ ନାହିଁ ପ୍ରଭାବ - ଉପଛାୟା ଚନ୍ଦ୍ରଗ୍ରହଣ
🎬 Watch Now: Feature Video
ଭୁବନେଶ୍ବର: ଆଜି (ଶୁକ୍ରବାର) ଚଳିତବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ । ଏହି ମହାଜାଗତିକ ଦୃଶ୍ୟକୁ ଓଡ଼ିଶାରେ ଖାଲି ଆଖିରେ ଦେଖାଯାଇ ପାରିବ ନାହିଁ । ପୃଥିବୀର ଛାୟାପଥ ଦେଇ ଚନ୍ଦ୍ରମା ଆଜି (ଶୁକ୍ରବାର) ରାତି ୮ଟା ୪୫ ମିନିଟରୁ ରାତି ୧୦ଟା ୫୨ରେ ଉପଛାୟାରେ ପ୍ରବେଶ କରିବ । ରାତି ୧ଟା ୧ରେ ସମ୍ପୂର୍ଣ୍ଣଭାବେ ଉପଛାୟାରୁ ବାହାରି ଯିବ। ଏହି ଚନ୍ଦ୍ରଗ୍ରହଣ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ଭାରତ ମହାସାଗର ଅଞ୍ଚଳରେ ଦୃଶ୍ୟମାନ ହେବ ।
ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ‘‘ଚନ୍ଦ୍ରଗ୍ରହଣ ସାଧାରଣତଃ ସୂର୍ଯ୍ୟପରାଗ ତୁଳନାରେ ବିଶ୍ୱର ଅଧିକ ଅଂଶରେ ଦୃଶ୍ୟମାନ ହୋଇଥାଏ । କାରଣ ଚନ୍ଦ୍ରମା ତୁଳନାରେ ପୃଥିବୀର ଆକାର ବହୁତ ବଡ଼, ତେଣୁ ଚନ୍ଦ୍ରର ଛାଇ ସମ୍ପୂର୍ଣ୍ଣ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଖାଲି ଆଖିରେ ଏହାକୁ ଦେଖିବା କଷ୍ଟ, ଟେଲିସ୍କୋପ୍ କିମ୍ବା ବାଇନାକୁଲାର ମାଧ୍ୟମରେ ଏହି ଛାୟି ଦେଖିହେବ । ଓଡ଼ିଶାରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବନି କି ଏହାର ପ୍ରଭାବ ନାହିଁ ।’’
ଇଟିଭି ଭାରତ, ଭୁବନେଶ୍ବର