ରାଉରକେଲାରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ - ରାଉରକେଲାରେ ବିଶ୍ୱ ରେଡ଼ କ୍ରସ ଦିବସ

🎬 Watch Now: Feature Video

thumbnail

By

Published : May 8, 2023, 2:48 PM IST

ରାଉରକେଲା : ଆଜି ବିଶ୍ୱ ରେଡ କ୍ରସ ଦିବସ। ସୁନ୍ଦରଗଡରେ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ ହୋଇଯାଇଛି । ବିଶ୍ୱରେ ସମସ୍ତଙ୍କୁ ସେବା ଯୋଗାଇ ଦେବା ପାଇଁ ରେଡ୍‌କ୍ରସ୍ ସୋସାଇଟି ଗଠନ କରାଯାଇଥିଲା ।  ଯାହାର ମୂଳ ଉଦ୍ଦେଶ୍ୟ ଥିଲା କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଲୋକଙ୍କୁ ସୁରକ୍ଷା ଦେବା ।  ଅନ୍ତର୍ଜାତୀୟ କମିଟି ଅଫ୍ ରେଡ୍ କ୍ରସ୍ (ଆଇସିଆରସି)ର ପ୍ରତିଷ୍ଠାତା ତଥା ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ହେନେରୀ ଦୁନାଣ୍ଟଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବାକୁ ଏହି ଦିବସ ପାଳନ କରାଯାଏ।  ବିଶ୍ବ ରେଡ୍‌ କ୍ରସ୍‌ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ରାଲି କରାଯାଇଥିଲା । ବହୁ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ସାରା ଦେଶରେ ମାନବିକତା ଏବଂ ସମ୍ମାନ ରକ୍ଷା ସହ ସୁସ୍ଥତାକୁ ବଜାୟ ରଖିବା ପାଇଁ ସନ୍ଦେଶ ଦିଆଯାଇଥିଲା ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.