ଚିତ୍ରରେ ଚିତ୍ରରେ ସାମାଜିକ ସନ୍ଦେଶ, ଯୋଗଦେଲେ ରାଜ୍ୟ ବାହାରର ଚିତ୍ରଶିଳ୍ପୀ - wow ସଂଗଠନ
🎬 Watch Now: Feature Video
ବାଲେଶ୍ଵର: ଷ୍ଟେସନ କ୍ଳବ ପରିସରରେ wow ସଂଗଠନ ପକ୍ଷରୁ କଳା ପ୍ରଦର୍ଶନ ପାଇଁ କର୍ମଶାଳାର ଆୟୋଜନ କରାଯାଇଛି। world of wonders ବା wow ସଂଗଠନ ପକ୍ଷରୁ 13 ବର୍ଷ ଧରି ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଚଳିତ ବର୍ଷ ଟିକେ ନିଆରା ଭାବେ ଲୁକାୟିତ ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ପ୍ରୟାସ କରାଯାଇଛି। ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଖେଳ ଠାରୁ ଆରମ୍ଭ କରି ଚିତ୍ରକଳା ପ୍ରଦର୍ଶନ କରାଯାଇଛି। ଓଡିଶା ଭାଷା ସାହିତ୍ୟ ବିଭାଗର ସହାୟତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଚିତ୍ରଶିଳ୍ପୀମାନେ ଭାଗନେଇ ସୁନ୍ଦର ଭାବେ ଚିତ୍ର ଆଙ୍କିଥିବା ଦେଖିବାକୁ ମିଳିଛି। ଏଥିରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଚିତ୍ର ଗୁରୁମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ସମୁଦାୟ 27 ଜଣ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଥିବା ବେଳେ ଏହା ପ୍ରଦର୍ଶନ ହେବ। ପ୍ରଦର୍ଶିତ ଚିତ୍ର ସବୁ ନିଲାମ ଡକାଯାଇ ବିକ୍ରି କରାଯିବାର ଯୋଜନା ରହିଛି। ଏହି ପ୍ରକାର ପ୍ରୟାସକୁ ଚିତ୍ର ସାଥେ ବୋଲି ନାମକରଣ କରାଯାଇଛି।ଇଟିଭି ଭାରତ, ବାଲେଶ୍ବର
Last Updated : Feb 3, 2023, 8:37 PM IST