World No Tobacco Day 2023: ବାଲୁକା କଳାରେ ସୁଦର୍ଶନଙ୍କ ସଚେତନ ବାର୍ତ୍ତା

By

Published : May 31, 2023, 11:31 AM IST

thumbnail

ପୁରୀ: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ । ଜନସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନକୁ ପାଳନ କରାଯାଏ । ଚଳିତ ବର୍ଷର ଥିମ ରହିଛି 'ତମାଖୁ ନୁହେଁ, ଖାଦ୍ୟ ଦରକାର ।' ଏହି ଅବସରରେ ବାଲୁକା ଚିତ୍ର କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ବାଲୁକାକଳାରେ ତମାଖୁ ସେବନ ଦ୍ୱାରା ମଣିଷ ଶରୀର ଉପରେ କିଭଳି ପ୍ରଭାବ ପଡିଥାଏ, ତାହାର ଜ୍ୱଳନ୍ତ କଳାକୃତି ପ୍ରଦର୍ଶିତ ହୋଇଛି । ତମାଖୁ ସେବନ ଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ରୋଗ ହୋଇଥାଏ ଓ ଶରୀର ଉପରେ ଏହାର କୁପ୍ରଭାବ ପଡିଥାଏ । ତେଣୁ ସୁଦର୍ଶନ ତାଙ୍କ ବାଲୁକାକଳା ମାଧ୍ୟମରେ ଏହାର ଭୟାବହତା ଦର୍ଶାଇବା ସହ SAY NO TO TOBACCOର ସଚେତନତା ବାର୍ତ୍ତା ଦେଇଛନ୍ତି । ଏହାର ଅର୍ଥ ତମାଖୁକୁ ଦୂରେଇ ରୁହନ୍ତୁ । ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ବାଲୁକାକଳାକୁ ଦେଖିବା ପାଇଁ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । 
 

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.