ପାଳିତ ହେଲା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ
🎬 Watch Now: Feature Video
ନିଆଳି : କଟକ ଜିଲ୍ଲା ଓଲଟପୁରସ୍ଥିତ ଜାତୀୟ ଦିବ୍ୟାଙ୍ଗ ଅନୁଷ୍ଠାନ ଏସଭି ନିରତାରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏମସ ଡାକ୍ତର ଆଶୁତୋଷ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନ୍ନିତ ଅତିଥି ଭାବେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କିଶୋର ମିଶ୍ର ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ଉଦ୍ବୋଧନ ଦେବା ସହିତ ସହାୟତା ଉପକରଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ନିର୍ଦ୍ଦେଶକ ପତିତପାବନ ମହାନ୍ତି, ଉପନିର୍ଦ୍ଦେଶକ ଡାକ୍ତର ପବିତ୍ର ସାହୁ ଓ କିଶୋର ମହାପାତ୍ର ଉପସ୍ଥିତ ଥିଲେ। ଶେଷରେ ଦିବ୍ୟାଙ୍ଗ ମାନଙ୍କ ଦ୍ଵାରା ସାଂସ୍କୃତିକ କର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଇଟିଭି ଭାରତ, ନିଆଳି
Last Updated : Feb 3, 2023, 8:34 PM IST