AUS vs SA Semi Final 2 : କିଏ ହାତେଇବ ବିଶ୍ବକପ ଫାଇନାଲ ଟିକେଟ ? ଏମିତି ପ୍ରତିକ୍ରିୟା ରଖିଲେ ପ୍ରଶଂସକ

By ETV Bharat Odisha Team

Published : Nov 16, 2023, 12:41 PM IST

thumbnail

ରାଉରକେଲା: ଆଜି ବିଶ୍ବକପର ରହିଛି ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ । ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଦିନ ୨ଟାରେ କୋଲକାତାର ଇଡେନ ଗାର୍ଡେନରେ ହେବ ମୁକାବିଲା । ବିଶ୍ବକପରେ ଅଷ୍ଟ୍ରେଲିଆ ୫ଥର ଟାଇଟଲ ହାତେଇଥିବା ବେଳେ କେବେବି ବିଶ୍ବକପ୍‌ ଫାଇନାଲରେ ପହଞ୍ଚି ପାରିନି ଦକ୍ଷିଣ ଆଫ୍ରିକା । ଏଣୁ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି କପ ହାତେଇବା ଲକ୍ଷ୍ୟ ରଖିଛି ସାଉଥ ଆଫ୍ରିକା । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଯିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ମାତ୍‌ ଦେବାକୁ ପ୍ରସ୍ତୁତ । ଆଜି ମ୍ୟାଚରେ ଯେଉଁଦଳ ବିଜୟୀ ହେବ ଆସନ୍ତା ରବିବାର ଫାଇନାଲରେ ସେହି ଦଳ ଭାରତକୁ ଭେଟିବ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଥିବାବେଳେ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିବ ବୋଲି କ୍ରୀଡାପ୍ରେମୀଙ୍କ ମତ । ଦକ୍ଷିଣ ଆଫ୍ରିକା ୧୯୯୨, ୧୯୯୯, ୨୦୦୭, ୨୦୧୫ରେ ସେମିଫାଇନାଲ୍ ଖେଳିଥିଲେ ମଧ୍ୟ ଫାଇନାଲକୁ ଯାଇପାରିନି । ଚଳିତ ଥର ପ୍ରଥମ ଥର ବିଶ୍ବକପ୍ ଫାଇନାଲ୍ ଖେଳିବା ଆଶା ରଖିଛି ଟିମ୍‌ ।  

ଏହା ମଧ୍ୟ ପଢନ୍ତୁ-World Cup semifinal: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ସେମି ଟକ୍କର, ପ୍ରଥମଥର ଫାଇନାଲ ପ୍ରବେଶ ଲକ୍ଷ୍ୟରେ ପ୍ରୋଟିଆଜ ଟିମ

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.