ରାଉରକେଲାରେ ଶ୍ରମିକ ଦିବସ ପାଳନ, ସଭାରେ ଶ୍ରମିକଙ୍କ ଅଧିକାରକୁ ନେଇ ଆଲୋଚନା

By

Published : May 1, 2023, 4:16 PM IST

thumbnail

ରାଉରକେଲା: ଆଜି ହେଉଛି ଶ୍ରମିକ ଦିବସ ।  ମେ ମାସ ପ୍ରଥମ ତାରିଖକୁ ଶ୍ରମିକଙ୍କ ପାଇଁ ନାମିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ସହରର ବିଭିନ୍ନ ଶ୍ରମିକ ସଂଗଠନ ଏବଂ ରାଉରକେଲା ସିଭିକ ସେଣ୍ଟରରେ ଶ୍ରମିକ ଦିବସ ପାଳନ କରାଯାଇଛି । ପ୍ରଥମେ ରାଉରକେଲା ଶ୍ରମିକ ଭବନ ସହ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରମିକ ଦିବସରେ ପତାକା ଉତ୍ତୋଳନ କରାଯାଇଥିଲା । ଏହା ପରେ ରାଉରକେଲା ସିଭିକ୍‌ ସେଣ୍ଟରେ ସମସ୍ତ ଶ୍ରମିକଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଆଜି ଶ୍ରମିକଙ୍କ କାର୍ଯ୍ୟ ଏବଂ ଦେଶରେ ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ସଭାରେ ଆଜି ଖାସ୍‌ କରି ଶ୍ରମିକମାନଙ୍କ ପ୍ରତି ସରକାର କିଭଳି ଅବହେଳା ପ୍ରଦର୍ଶନ କରିଛନ୍ତି ଏବଂ କିଭଳି ସରକାର ଏହାକୁ ଦୂର କରିବେ ଏ ସବୁ ସମ୍ପର୍କରେ ଆଲୋଚନା କରାଯାଇଛି ।  

ସରକାରଙ୍କ ଆଇନ ମୁତାବକ ୧୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନିର୍ମାଣ କାମ ହେଲେ ତା'ର ୧ ପ୍ରତିଶତ  ଶ୍ରମ କମିଶନ ଅଧୀନରେ ଥିବା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡକୁ ଯାଏ। ଏହି ଅର୍ଥରେ ଶ୍ରମିକମାନଙ୍କ ଝିଅ ବାହାଘର, ଛାତ୍ରବୃତ୍ତିଠୁ ନେଇ ଗୁରୁତର ଚିକିତ୍ସା ପାଇଁ ପ୍ରଦାନ କରାଯିବାର ନିୟମ ରହିଛି। ଯାହା ବିଭିନ୍ନ ସମୟରେ ଶ୍ରମିକଙ୍କୁ ସହାୟତା ମିଳୁଛି ମଧ୍ୟ କିନ୍ତୁ ଅଧିକାଂଶ ଶ୍ରମିକ ସଚେତନତା ଅଭାବରୁ ଏହାର ସୁଯୋଗ ନେଇପାରୁନାହାନ୍ତି। ସେହିପରି ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରି ୬୦୦ ଟଙ୍କାକୁ ବୃଦ୍ଧି କରିବାକୁ ୨୦୧୪ ମସିହାରୁ ବାରମ୍ବାର ଦାବି ‌ହୋଇ ଆସୁଥିଲେ ମଧ୍ୟ ସରକାର ଶୁଣୁନାହାନ୍ତି ।  ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ହେଉଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି । ତେଣୁ  ସମସ୍ତ ଶ୍ରମିକଙ୍କ ପାଇଁ ମଜୁରୀଠାରୁ ନେଇ ବିଭିନ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.