ବଟ ବୃକ୍ଷକୁ ପୂଜା କରି ସ୍ବାମୀଙ୍କ ଦୀର୍ଘାୟୁ କାମନା କଲେ ସଧବା

🎬 Watch Now: Feature Video

thumbnail

By

Published : May 19, 2023, 6:15 PM IST

ଝାରସୁଗୁଡ଼ା: ପବିତ୍ର ସାବିତ୍ରୀ ବ୍ରତ ଅବସରରେ ଝାରସୁଗୁଡ଼ା ସହରର ବିଭିନ୍ନ ମନ୍ଦିରରେ ବ୍ରତଧାରୀଙ୍କ ଜମିଛି ଭିଡ଼ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ନିଷ୍ଠାର ସହ ବ୍ରତ ପାଳନ କରିଛନ୍ତି  । ଝାରସୁଗୁଡ଼ା ବେହେରାମାଲ ଠାରେ ଥିବା କନକ ଦୁର୍ଗା ମନ୍ଦିର, ଝାଡେଶ୍ବର ଶୈବପୀଠ ଆଦି ବିଭିନ୍ନ ମନ୍ଦିରରେ ସଧବା ମହିଳାମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି । ବଟ ବୃକ୍ଷ ତଳେ ବହୁ ସଂଖ୍ୟାରେ ମହିଳାମାନେ ଏକତ୍ରିତ ହୋଇ ଶଙ୍ଖା ଓ ସିନ୍ଦୂର ସହ ନୂଆ ବସ୍ତ୍ର ସମେତ ଆମ୍ବ, ପଣସ, କଦଳୀ, ନଡିଆ, ସପୁରୀ, ସେଓ, ଖଜୁରି ଆଦି ଫଳ ଭୋଗ ଲଗାଇ ସାବିତ୍ରୀ ପୂଜା କରିଛନ୍ତି । ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ସତୀ ସାବିତ୍ରୀଙ୍କର ଏକାଗ୍ରତା, ପବିତ୍ରତା, ଧର୍ମ ଆଗରେ ହାର ମାନି ଯାଇଥିଲେ ସ୍ବୟଂ ଯମରାଜା । କଠୋର ତପସ୍ୟା ଓ ପୂଜାର୍ଚ୍ଚନା କରି ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିଲେ । ତେଣୁ ଜ୍ୟେଷ୍ଠ ଅମାବାସ୍ୟା ଦିନ ସଧବା ମହିଳାମାନେ ସାବିତ୍ରୀଙ୍କ ନିକଟରେ ପୂଜାର୍ଚ୍ଚାନା କରିଥାଆନ୍ତି । ସ୍ୱାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ, ନିରାମୟ ଜୀବନ ଓ ଦୀର୍ଘ ଜୀବନ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାଆନ୍ତି । 

ଇଟିଭି ଭାରତ, ଝାରସୁଗୁଡ଼ା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.