ବଦଳିଛି ରାକ୍ଷୀ ଟ୍ରେଣ୍ଡ: ବଢୁଛି ଇକୋ ଫ୍ରେଣ୍ଡଲି ରାକ୍ଷୀର ଚାହିଦା, ମହିଳାଙ୍କୁ ଦେଇଛି ରୋଜଗାର

By ETV Bharat Odisha Team

Published : Aug 29, 2023, 6:29 AM IST

thumbnail

କେନ୍ଦୁଝର: ଦିନକ ପରେ ରାକ୍ଷୀ । ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ । ଏଥିପାଇଁ ଚଳଚଞ୍ଚଳ ହୋଇଉଠୁଛି ରାକ୍ଷୀ ବଜାର । ପୂର୍ବରୁ ପରିବେଶ ଅନୁକୂଳ ରାକ୍ଷୀ ପ୍ରସ୍ତୁତ ହେଉଥିବା ବେଳେ ଡିଜାଇନ ରାକ୍ଷୀ ଧୀରେ ଧୀରେ ଏହାର ସ୍ଥାନ ନେଲାଣି । କିନ୍ତୁ ଆଧୁନିକ ଯୁଗରେ ଲୋକେ ଆଉ ଥରେ ପରିବେଶ ଅନୁକୂଳ ରାକ୍ଷୀ ମୁହାଁ ହେଲେଣି । ଏହାକୁ ଦେଖି ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କେନ୍ଦୁଝର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଓରମାସ ଓ ମିଶନ ଶକ୍ତି ପକ୍ଷରୁ ଏକ ନିଆରା ରାକ୍ଷୀ ସମ୍ଭାର ଷ୍ଟଲ୍‌ ଆରମ୍ଭ କରାଯାଇଛି । ଏହି ଷ୍ଟଲରେ ୨୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସୁନ୍ଦର ସୁନ୍ଦର ରାକ୍ଷୀ ସୁଲଭ ମୂଲ୍ୟରେ ବିକ୍ରି କରାଯାଉଛି । ଏହି ଷ୍ଟଲ୍‌ ପ୍ରତିଦିନ ସକାଳ ୯ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲା ରହିବ । ରାକ୍ଷୀ ସହିତ ମାଣ୍ଡିଆ ପ୍ରସ୍ତୁତ ଲଡ଼ୁ, ବିସ୍କୁଟ୍‌, କାଗଜ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି । ଏହି ପରିବେଶ ଅନୁକୂଳ ରାକ୍ଷୀକୁ ଲୋକେ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ରାକ୍ଷୀକୁ ବିକି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ବେଶ ଲାଭବାନ ହେଉଛନ୍ତି । ଆଗାମୀ ଦିନରେ ଏଭଳି ରାକ୍ଷୀ ବ୍ୟବସାୟ ଜାରି ରଖିବେ ବୋଲି ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରକାଶ କରିଛନ୍ତି ।  
 

ଇଟିଭି ଭାରତ, କେନ୍ଦୁଝର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.