thumbnail

By ETV Bharat Odisha Team

Published : Sep 13, 2023, 11:04 PM IST

ETV Bharat / Videos

କଟକରେ ଅଭାବନୀୟ ଘଟଣା, ଭାଉଜକୁ ଦିଅରର ତେଣ୍ଟା ମାଡ

କଟକ: ପିଶାଚ ସାଜିଲା ଦିଅର । ଭାଉଜକୁ କଲା ଆକ୍ରମଣ। ତାହା ପୁଣି ଏକ ତେଣ୍ଟାରେ । ତେଣ୍ଟା ଆକ୍ରମଣ ପରେ ଭାଉଜ ଗୁରୁତର। ଘଟଣାଟି ଘଟିଛି କଟକ ଜିଲା ନରସିଂହପୁର ଅଞ୍ଚଳରେ। ପାରିବାରିକ କଳହକୁ ନେଇ ଭାଉଜକୁ ତେଣ୍ଟାରେ ଆକ୍ରମଣ କରିଛି ଦିଅର । ନରସିଂହପୁର ବ୍ଲକ ଅନ୍ତର୍ଗତ ପାଇକବାରବାଟି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଭାଉଜ ପେଟକୁ ତେଣ୍ଟା ଭୁଶିଦେଲା ଦିଅର । ଗୁରୁତର ଆହତ ହୋଇଥିବା ମହିଳା ହେଲା ବିଲାସ ମହାନ୍ତି । ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣକାରୀ ଦିଅର ଜଣକ ହେଲେ ପାପୁନି ମହାନ୍ତି ।  ମହିଳା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ଯଦୁମଣି ପାତ୍ରଙ୍କ ଝିଅ। ଜମି ଜମାକୁ ନେଇ ଦିଅର ଓ ଭାଉଜ  ମଧ୍ୟରେ ବିବାଦ ହୋଇଥିବା ଜଣାପଡିଛି । ଏହି ଘଟଣାକୁ  ସ୍ଥାନୀୟ ଥାନାରେ ମାମଲା ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଆହତ ଭାଉଜ ବିଲାସ ମହାନ୍ତିଙ୍କ  ସ୍ବାସ୍ତ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି ।

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.