ଯେଉଁଠି ଆଞ୍ଚଳିକ ଦଳ ଦୃଢ, ସେଠାରେ ବିଜେପି ଲଢି ପାରିବନାହିଁ: ମମତା

By

Published : May 15, 2023, 9:06 PM IST

thumbnail

କୋଲକାତା: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସର ଐତିହାସିକ ବିଜୟରେ କେବଳ କଂଗ୍ରେସ ନୁହେଁ ବରଂ ତମାମ ବିଜେପି ବିରୋଧୀ ରାଜନୈତିକ ଦଳମାନେ ଖୁସି । କର୍ଣ୍ଣାଟକ ଫଳାଫଳ ପରେ ଆଗାମୀ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଓ 2024 ସାଧାରଣ ନିର୍ବାଚନ ନେଇ ଭିନ୍ନ ଆକଳନ ପ୍ରକାଶ ପାଇବା ଆରମ୍ଭ କଲାଣି । ଏହି ଘଟଣାକ୍ରମରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟତମ ଦୃଢ ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଯେଉଁଠି ଆଞ୍ଚଳିକ ଦଳମାନେ ସୁଦୃଢ, ସେଠାରେ ବିଜେପି ନିର୍ବାଚନରେ ମୁକାବିଲା କରିପାରିବ ନାହିଁ । କର୍ଣ୍ଣାଟକରେ ଆଞ୍ଚଳିକ ଦଳ ହୋଇନଥିଲେ ମଧ୍ୟ କଂଗ୍ରେସ ସପକ୍ଷରେ ଭୋଟ ଯାଇଛି । ଆମେ କର୍ଣ୍ଣାଟକରେ କଂଗ୍ରେସକୁ ସମର୍ଥନ କରୁଛୁ । କଂଗ୍ରେସ ଆମ ସହ ଲଢିବା ଉଚିତ ନୁହେଁ । କିଛି ରାଜ୍ୟରେ ଆଞ୍ଚଳିକ ଦଳମାନେ କ୍ଷମତାରେ ଥିବା ବେଳେ ବିଜେପି ପ୍ରବେଶ କରିପାରୁନାହିଁ । କଂଗ୍ରେସ ଯେଉଁଠାରେ ଭଲ ସ୍ଥିତିରେ ରହିଛି, ସେଠାରେ ମଧ୍ୟ ଅନ୍ୟ ଆଞ୍ଚଳିକ ଦଳଙ୍କୁ ବିଜେପି ବିରୋଧୀ ଲଢେଇରେ ସହଯୋଗ ଦେବା କଥା କହିଛନ୍ତି ମମତା । ଶୁଣନ୍ତୁ କଣ କହୁଛନ୍ତି ମମତା... 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.