ଚାଲି ଚାଲି ଭାରତ ଭ୍ରମଣ, ପରିବେଶ ସୁରକ୍ଷା ବାର୍ତ୍ତା ଦେଇଛନ୍ତି ସନ୍ଦୀପ - ଯୁବକଙ୍କ ଚାରିଧାମ ଯାତ୍ରା

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 20, 2023, 9:28 PM IST

ବୌଦ୍ଧ: ପାଦରେ ଚାଲି ଚାଲି କଲିକତାରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଛନ୍ତି ଜଣେ ବଙ୍ଗୀୟ ଯୁବକ । ସେ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତା ନେଇ ଭାରତ ଭ୍ରମଣରେ ବାହାରିଛନ୍ତି । ଯୁବକଙ୍କ ଜଣକ ହେଉଛନ୍ତି ପଶ୍ଚିମ ବଙ୍ଗର ସନ୍ଦୀପ ବିଶ୍ୱାସ । ସେ ବର୍ତ୍ତମାନ ପାଦରେ ଚାଲି ଚାଲି ଦେଶର ବିଭିନ୍ନ ଧାର୍ମିକ ପୀଠ ଯଥା ଚାରିଧାମ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ସହିତ ପରିବେଶ ସୁରକ୍ଷାର, ଅଖଣ୍ଡ ଭାରତ ଏବଂ ସନାତନ ଧର୍ମର ପ୍ରଚାର ପାଇଁ କରୁଛନ୍ତି । ତାଙ୍କର ଏହି ଯାତ୍ରାରେ ଓଡିଶାର ମଧ୍ୟ ବିଭିନ୍ନ ଧାର୍ମିକ ପୀଠ ରହିଥିବା ବେଳେ ବର୍ତ୍ତମାନ ସେ ବୌଦ୍ଧ ଜିଲ୍ଲାରେ ପହଞ୍ଚିଛନ୍ତି । ସନ୍ଦୀପ ବୌଦ୍ଧ ଜିଲ୍ଲାର ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ନାଏକପଡା ପରିଦର୍ଶନ କରିବା ପରେ ଜଗନ୍ନାଥ ସଡକ ଦେଇ ପୁରୀ ଅଭିମୁଖେ ବାହାରିଛନ୍ତି ।

ସନ୍ଦୀପ ବର୍ତ୍ତମାନ ସୁଧା ଗୋଟିଏ ଧାମ ଏବଂ ୯ଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିସାରିଛନ୍ତି । ଏହାପରେ ସେ ମଧ୍ୟ ଭାରତରୁ ଶ୍ରୀକ୍ଷେତ୍ର ଯୋଡୁଥିବା ପ୍ରାଚୀନ ଜଗନ୍ନାଥ ସଡକରେ ଚାଲି ଚାଲି ଶ୍ରୀକ୍ଷେତ୍ର ଧାମକୁ ଯାତ୍ରା କରୁଛନ୍ତି । ଏହି ଜଗନ୍ନାଥ ସଡକ ଯାହାକୁ ପ୍ରାଚୀନ କାଳରେ ତୀର୍ଥ ଯାତ୍ରା ପାଇଁ ବ୍ୟବହାର କରାଯାଉଥିଲା । ଦେଶ ସ୍ୱାଧୀନତା ପରବର୍ତ୍ତୀ ସମୟରେ ମଧ୍ୟ ଏହି ସଡକକୁ ବ୍ୟବହାର କରାଯାଉଥିବା ପ୍ରମାଣ ରହିଛି । ସନ୍ଦୀପ ଭାରତ ବର୍ଷର ବିଭିନ୍ନ ଧାର୍ମିକ ପୀଠକୁ ଚାଲି ଚାଲି ଯାତ୍ରା କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରୁଛନ୍ତି । ତେବେ ତାଙ୍କ ସହିତ ଆଲୋଚନା କରିଥିଲେ ଆମ ଈଟିଭି ଭାରତ ପ୍ରତିନିଧି ।
ଏହା ମଧ୍ୟ ପଢନ୍ତୁ ....ସାଇକେଲ ଯୋଗେ ଭାରତ ଭ୍ରମଣ ସହ ସଚେତନ କରାଉଛନ୍ତି ବଙ୍ଗୀୟ ଯୁବ

ଇଟିଭି ଭାରତ, ବୌଦ୍ଧ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.