ପୁରୀ ସମୁଦ୍ରରେ ଅଘଟଣ, ଆଜି ପୁଣି ଭାସିଗଲେ 2 ବଙ୍ଗୀୟ ପର୍ଯ୍ୟଟକ - 2ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ
🎬 Watch Now: Feature Video

ପୁରୀ: ପୁଣି ପୁରୀ ସମୁଦ୍ରରେ ଅଘଟଣ । ୨୪ ଘଣ୍ଟା ନ ପୁରୁଣୁ ପୁଣି 2ଟି ମୁଣ୍ଡ ନେଲା ସମୁଦ୍ର। ସେହି ସମାନ ସ୍ଥାନ ସେକ୍ଟର ୧୩ ରେ ଘଟିଛି ଏଭଳି ଅଘଟଣ। ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇ ଆଜି 2ଜଣ ପର୍ଯ୍ୟଟକଙ୍କ ପୁଣି ମୃତ୍ୟୁ ହୋଇଛି। ତେବେ ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହୁଗୁଳି ଶ୍ରୀରାମପୁରର ଅରିନ୍ଦମ ଦାସ ଓ ଅଜୟ ଦାସ ବୋଲି ଜଣାପଡିଛି। ସମୁଦ୍ରରେ ଭାସି ଯିବା ପରେ ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗତକାଲି ପଶ୍ଚିମବଙ୍ଗରୁ ଆସିଥିବା ରଞ୍ଜନ ଦାସ ଓ ତାଙ୍କ ପୁଅ ରିସବ୍ ଦାସ ସମୁଦ୍ରରେ ସ୍ନାନ କରୁଥିବା ବେଳେ ମଧ୍ୟ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ପରେ ସୁରକ୍ଷିତ ସମୁଦ୍ର ସ୍ନାନକୁ ନେଇ ପ୍ରଶ୍ନ ଉଠିଛି। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
ଇଟିଭି ଭାରତ, ପୁରୀ