କୋଲକାତାରେ ରଥଯାତ୍ରା, ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

By

Published : Jun 20, 2023, 3:55 PM IST

thumbnail

କୋଲକାତା: ଆଜି ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଭଗବାନ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପବିତ୍ର ରଥଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । କୋଲକାତା ସ୍ଥିତ ଜଗନ୍ନାଥ ମନ୍ଦିରରେ ମମତା ପୂଜାର୍ଚ୍ଚନା କରିବା ପରେ ରଥ ଟାଣିଛନ୍ତି । ତିନି ଠାକୁରଙ୍କୁ ପହଣ୍ଡିରେ ଆଣି ରଥାରୁଢ କରାଯାଇଥିଲା । ପହଣ୍ଡି ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ଆଳତୀ କରିବା ସହ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରିଥିଲେ । ପରେ ସେ ଶ୍ରଦ୍ଧାଳୁଙ୍କ ସହ ରଥ ମଧ୍ୟ ଚାଣିଥିଲେ । ଅନ୍ୟପଟେ ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳପୀଠ ପୁରୀ ଧାମରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନରେ ରଥ ଟଣା ଆରମ୍ଭ ହୋଇଛି । ପ୍ରଥମେ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣାଯିବା ଆରମ୍ଭ ହୋଇଥିଲା । ପରେ ଭଉଣୀ ଦେବୀ ଶୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ । ଚଳିତବର୍ଷ ଏହି ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ପୁରୀରେ ବିଶ୍ବବ୍ୟାପୀ ପ୍ରାୟ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଦେଖନ୍ତୁ କୋଲକାତାରୁ ରଥଯାତ୍ରାର ଦୃଶ୍ୟ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.