ବର୍ଷାରେ ବେହାଲ କଟକ ସହର, କୁତ୍ରିମ ବନ୍ୟାରେ କଲବଲ ଲୋକେ - ଜଳବନ୍ଦୀ କଟକ
🎬 Watch Now: Feature Video
Published : Sep 2, 2023, 6:58 PM IST
କଟକ: ବର୍ଷାଦିନ ଆସିଲେ ଚିନ୍ତାରେ କଟକବାସୀ। ଜଳବନ୍ଦୀ ହୋଇଯାଉଛି ସାରା କଟକ ସହର। ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ସହ ଘର ଭିତରେ ମଧ୍ୟ ଲହଡ଼ି ମାରୁଛି ବର୍ଷା ପାଣି। ସହରରେ ବକ୍ସ ଡ୍ରେନ କାର୍ଯ୍ୟ ଜାରି ରହିଛି ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଯଦି କଟକ ମହା ନଗର ନିଗମ ଏଭଳି ବର୍ଷାକୁ ଆଖିରେ ରଖି ଯୋଜନା କରିଥାଆନ୍ତା ତେବେ ନିଶ୍ଚିତ ଭାବରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିନଥାନ୍ତା ବୋଲି ଅଭିଯୋଗ କରିଛନ୍ତି କଟକ ବାସିନ୍ଦା।
ଏହା ମଧ୍ୟ ପଢ଼ନ୍ତୁ....ଅସରାଏ ବର୍ଷାରେ ଉବୁଟୁବୁ ସରକାରୀ ବିଦ୍ୟାଳୟ, ପାଠ ପଢା ଠପ
ତେବେ ବର୍ଷା ପ୍ରଭାବରେ କଟକ ସହରର ଭଗତପୁର, ରାଉଶା ପାଟଣା, ଝୋଲା ସାହି, ସେମିନାର ଛକ, ମକରବାଗ, ସୂତାହାଟ, ମେରିଆ ବଜାର , ଷ୍ଟୁଆର୍ଟ ପାଟଣା ଆଦି ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇଛି। ଅନ୍ୟପଟେ ଯାଇକା ଓ ଗେଲ ଇଣ୍ଡିଆର ନିର୍ମାଣ ଧୀନ କାର୍ଯ୍ୟ ଜାରି ରହିଥିବା ବେଳେ ସେଠି କୌଣସି ସୂଚନା ଫଳକ ମାରା ଯାଇନାହିଁ ଫଳରେ ସିଏମସିର ଅପରାଗତା ସମ୍ନାକୁ ଆସିଛି । ରାସ୍ତା ଉପରେ ପାଣି ଲହଡି଼ ମାରୁଚି। ତେବେ କେଉଁଠି ଖାଲ ଓ କେଉଁଠି ରାସ୍ତା ତାହା ମଧ୍ୟ ଜାଣିବା କଷ୍ଟକର ହେଉଛି । ବର୍ତ୍ତମାନ ଜଳବନ୍ଦୀରେ ଉବୁଟୁବୁ ହେଉଛି ସହର। ଏବେ ଯଦି କାହାର ପ୍ରାଣ ଯିବ ସେନଇ ସିଏମସି ଦାୟୀ ରହିବ ବୋଲି ସାଧାରଣରେ ଦାବି ହୋଇଛି।
ଇଟିଭି ଭାରତ, କଟକ