thumbnail

ଯାତ୍ରା ମଞ୍ଚରେ ନାଚିଲେନି ନିଶା ମହାରଣା, ଚେୟାର ଫିଙ୍ଗିଲେ ଦର୍ଶକ

By ETV Bharat Odisha Team

Published : Oct 4, 2023, 9:51 PM IST

ଅନୁଗୋଳ: ଯାତ୍ରା ମଞ୍ଚରେ ନିଶାଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି । ମଞ୍ଚରେ ନିଶା ନନାଚିବାରୁ ଚେୟାର ଫିଙ୍ଗିଲେ ଦର୍ଶକ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ତେବେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବରପଡିଆରେ ଗତକାଲି ରାତିରେ ଚାଲିଥିବା ନାଟକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବରେ ଯାତ୍ରା କଳାକାର ନିଶା ମହାରଣା ଆସିଥିଲେ । କିନ୍ତୁ ତାଙ୍କ ଆସିବାରେ ବିଳମ୍ବ ହେବା ସହ ପହଞ୍ଚିବା ପରେ ମାତ୍ର 10 ମିନିଟ ସମୟ କାର୍ଯ୍ୟକ୍ରମ କରି ଚାଲିଯାଇଥିଲେ ନିଶା । ତେବେ ନିଶା ମଞ୍ଚରେ ନନାଚିବାରୁ ଦର୍ଶକମାନେ ଉତକ୍ଷିପ୍ତ ହୋଇ ରାଗରେ ଷ୍ଟେଜ ଉପରକୁ ଚେୟାର ଫିଙ୍ଗିବା ସହିତ ପାଟିତୁଣ୍ଡ କରିଥିଲେ । ତେବେ ପରିସ୍ଥିତି ଏଭଳି ହେଲା ଯେ, କିଛି ସମୟ ପାଇଁ ନାଟକ ବନ୍ଦ ରହିଥିଲା ଓ ଆୟୋଜକଙ୍କ ବୁଝାସୁଝା ପରେ ପୁଣି ନାଟକ ଆରମ୍ଭ ହୋଇଥିଲା । 

ଏହା ମଧ୍ୟ ପଢ଼ନ୍ତୁ...ଷ୍ଟେଜକୁ ଆସିଲେନି ନିଶା ମହାରାଣା, ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ

ଇଟିଭି ଭାରତ, ଅନୁଗୋଳ
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.