ଶହୀଦ ଦେବାଶିଷଙ୍କୁ ଝୁରୁଛି ଗାଁ, ପୁରୁଣା ଦିନକୁ ମନେପକାଇଲେ ଗ୍ରାମବାସୀ - ପୁଞ୍ଚ ଆତଙ୍କୀ ହମଲା
🎬 Watch Now: Feature Video
ପୁରୀ: ସେ କାହା ପାଇଁ ଭାଇ ଥିଲେ ତ କାହା ପାଇଁ ଥିଲେ ପୁଅ, ସ୍ବାମୀ ବା ପିତା । ହେଲେ ଭାରତ ମାତା ପାଇଁ ଥିଲେ ବୀର ସାହସୀ ପୁଅ । ଦେଶ ମାତୃକାର ସେବା ପାଇଁ ସେ ନିଜକୁ ସମର୍ପି ଥିଲେ । ଜୀବନ ଥିବା ପର୍ଯ୍ୟନ୍ତ ଜନସେବା କରିବାକୁ ସେ ପଣ କରିଥିଲେ । ଖାଲି ସୀମାରେ କାହିଁକି ସେ ନିଜ ଗାଁ, ସମ୍ପର୍କୀୟ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । ଆଜି ସେ ଜୀବିତ ନାହାନ୍ତି ସତ, ହେଲେ ଯାହା କରିଯାଇଛନ୍ତି ତା' ପାଇଁ ସେ ଅମର ରହିବେ । ଆଜି ତାଙ୍କୁ ନେଇ ଗାଁଗଣ୍ଡାଠୁ ଆରମ୍ଭ କରି ଦେଶ ସମସ୍ତେ ଗର୍ବିତ । ସମସ୍ତେ ଝରାଉଛନ୍ତି ଆଖିରୁ ଲୁହ । ଆଉ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପୁଞ୍ଚ ଆତଙ୍କୀ ହମଲାରେ ଶହୀଦ ହୋଇଥିବା ଓଡ଼ିଆ ମାଟିର ପୁଅ ଦେବାଶିଷ ବିଶ୍ବାଳଙ୍କୁ ନେଇ ଆଜି ପ୍ରତିଟି ଭାରତୀୟ ଗର୍ବିତ । ସମସ୍ତେ ସେହି ସାହସୀ, ବୀର ଯବାନଙ୍କ ସହିତ ବିତାଇଥିବା ପୁରୁଣା ଦିନକୁ ମନେ ପକାଇ ଗର୍ବ ଅନୁଭବ କରିଛନ୍ତି । ଆଉ ପୁରୀ ସତ୍ୟବାଦୀର ପ୍ରତିଟି ଲୋକ ଏହି ଶହୀଦ ଯବାନଙ୍କ ମାଟିର ଅଧିବାସୀ ହୋଇଥିବାରୁ ଗର୍ବ ଅନୁଭବ କରିଛନ୍ତି । ଇଟିଭି ଭାରତ, ପୁରୀ