ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା NH ଡିଭିଜନର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ

🎬 Watch Now: Feature Video

thumbnail

By

Published : Apr 20, 2023, 10:58 PM IST

ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଜାଲରେ ଲାଞ୍ଚୁଆ ସରକାରୀ କର୍ମଚାରୀ । ଝାରସୁଗୁଡ଼ା NH ଡିଭିଜନର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ସଂଯୁକ୍ତା ସିଂହା ରେଡ୍ ହ୍ୟାଣ୍ଡେଡ ଧରିଲା ଭିଜିଲାନ୍ସ  । ଜଣେ ଠିକାଦାରଙ୍କଠାରୁ 27 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୂଚନାନୁଯାୟୀ ଜଣେ ଠିକାଦାର ଗଙ୍ଗାଧର କଣ୍ଟାଙ୍କ ଠାରୁ ବିଲ୍‌ ପାସ କରିବା ପାଇଁ ଲାଞ୍ଚ ନେଉଥିଲେ ଅଧିକାରୀ  । ବିଶେଷ ସୂରତ୍ରରୁ ଖବର ପାଇ ଟଙ୍କା ସହ ସଂଯୁକ୍ତା ସିଂହାକୁ ଧରିବା ସହ ତାଙ୍କୁ ଗିରଫ କରିଛି  ଭିଜିଲାନ୍ସ ।  ଭିଜିଲାନ୍ସ ଏକ ମାମାଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି l ଏହାସହ ଲାଞ୍ଚ ନେଉଥିବା ସଂଯୁକ୍ତା ସିଂହାଙ୍କ କାର୍ଯ୍ୟାଳୟ ଏବଂ କ୍ଵାଟରରେ ମଧ୍ୟ ଛାନଭିନ କରିଛି ଭିଜିଲାନ୍ସ ବିଭାଗ l ଏହି ଚଢାଉରେ ଝାରସୁଗୁଡା ଭିଜିଲାନ୍ସ DSP, ସୁନ୍ଦରଗଡ଼ ଭିଜିଲାନ୍ସ DSP, ଦେବଗଡ଼ ଭିଜିଲାନ୍ସ DSP ଙ୍କ ସହ 6 ଜଣ ଭିଜିଲାନ୍ସ ଇନ୍ସପେକ୍ଟର ଓ ଭିଜିଲାନ୍ସ ଷ୍ଟାପ ଉପସ୍ଥିତ ଥିଲେ । 


ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.