WATCH VIDEO: ମନ ମୋହୁଛି ମୟୂର-ଥାନାବାବୁଙ୍କ ବନ୍ଧୁତା, ଭିଡିଓ ଭାଇରାଲ

By

Published : Jul 17, 2023, 10:50 PM IST

thumbnail

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ ମନୁଷ୍ୟ ଓ ପକ୍ଷୀର ନିବିଡ଼ ସମ୍ପର୍କ ଦେଖିବାକୁ ମିଳିଛି । ମନୁଷ୍ୟ ନିକଟରେ ଏପରି ଯାଦୁ ରହିଥାଏ, ଯାହାଦ୍ବାରା ସେ ପରକୁ ଆପଣା କରିପାରେ । ହେଲେ ଏଠାରେ ମନୁଷ୍ୟ ଭିନ୍ନ ଜାତିର ପ୍ରାଣୀକୁ ନିଜ ସ୍ନେହ, ଶ୍ରଦ୍ଧା ବଳରେ ବନ୍ଧୁତା ସ୍ଥାପନ କରିଛି । ତେବେ କୁକୁରଠାରୁ ଆରମ୍ଭ କରି ଗାଈ, ଛେଳି, ମେଣ୍ଢା ଆଦି ପାଳିତ ପଶୁମାନଙ୍କ ସହିତ ମଣିଷର ବନ୍ଧୁତା ତ ସମସ୍ତେ ଦେଖିଛନ୍ତି । ହେଲେ ଏଠାରେ ମୟୂର ସହିତ ବନ୍ଧୁତା ସ୍ଥାପନ କରିଛି ମନୁଷ୍ୟ । ଆଉ ସେହି ସ୍ନେହଭାବ ପରିପ୍ରକାଶ କରିଥିବା ବ୍ୟକ୍ତି ଜଣକ ବୃତ୍ତିରେ ଜଣେ ପୋଲିସ ଅଧିକାରୀ । ଅରବଲର ଥାନା ଅଧିକାରୀ ଶ୍ୟାମୁ କନୈଜିଆ ମୟୂରକୁ କରିଛନ୍ତି ସାଙ୍ଗ । ତା ସହିତ ଖେଳୁଥିବାର ମଧ୍ୟ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ବେଶ ପସନ୍ଦ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।  

ଏହା ବି ଦେଖନ୍ତୁ- ବନ୍ଧୁ ସହ ସାରସ ପକ୍ଷୀର ପୁନଃମିଳନ, କାନପୁର ପ୍ରାଣୀ ଉଦ୍ୟାନରେ ଭାବବିହ୍ବଳ ଦୃଶ୍ୟ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.