Watch: ପାହାଡରୁ ଝରି ଆସୁଛି ଦୁଗ୍ଧ ଭଳି ଜଳଧାରା, ରୋମାଞ୍ଚିତ ହେଉଛନ୍ତି ପର୍ଯ୍ୟଟକ - ଝରଣାର ଭୂମି ପିଥୋରଗଡ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/20-09-2023/640-480-19564206-thumbnail-16x9-ut.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 20, 2023, 10:57 PM IST
ଡେରାଡୁନ: ପିଥୋରଗଡ ଜିଲ୍ଲା ଦେବଭୂମି ଉତ୍ତରାଖଣ୍ଡର ଅନ୍ୟତମ ପର୍ଯ୍ୟଟନସ୍ଥଳୀ । ତିବ୍ବତ ଓ ନେପାଳ ସୀମାକୁ ଲାଗିଥିବା ପିଥୋରଗଡ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର । ଏହି ଜିଲ୍ଲା ଝରଣାର ଭୂମି ଭାବେ ଜଣାଶୁଣା । ବିଶେଷକରି ଏଠାରେ ଥିବା ବିର୍ଥି ଜଳପ୍ରପାତ ବିଶ୍ବର ମନୋରମ ଆକର୍ଷଣୀୟ ଜଳପ୍ରପାତ ମଧ୍ୟରୁ ଅନ୍ୟତମ । ୧୫୦ ମିଟର ଉଚ୍ଚରୁ ପାହାଡର ବକ୍ଷ ଚିରି କୁଳୁ କୁଳୁ ନାଦରେ ଝରି ଆସୁଥିବା ଏହି ଜଳପ୍ରପାତକୁ ଥରୁଟିଏ କେହି ଦେଖିଲେ ବାରମ୍ବାର ଏଠାକୁ ଆସିବାକୁ ମନ ବଳାଇଥାଏ । ଏହି ଜଳପ୍ରପାତର ଧଳା ରଙ୍ଗ ବା ଦୁଗ୍ଧ ଭଳି ଦିଶୁଥିବା ଜଳଧାରା ପର୍ଯ୍ୟଟକଙ୍କୁ ରୋମାଞ୍ଚିତ କରିଥାଏ । ଯାହାକୁ ଦେଖିଲେ ପାହାଡରୁ ଦୁଗ୍ଧ ଭାସି ଆସିଲା ପରି ପ୍ରତୀତ ହୁଏ । ବିର୍ଥି ଜଳପ୍ରପାତ ପିଥରଗଡ ଜିଲ୍ଲାର ଆକର୍ଷଣର କେନ୍ଦ୍ରବିନ୍ଦୁ, ଯାହାକି ବିର୍ଥି ଝାରନ ଜିଲ୍ଲା ମୁଖ୍ୟାଳୟ ଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ଦେଖନ୍ତୁ ଏହି ମନୋରମ ଦୃଶ୍ୟକୁ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ